ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନ୍ ରାୟଗଡା ପକ୍ଷରୁ ଶହୀଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଂଜଳି

ରାୟଗଡା,୧୬/୨: ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ପୋରଣରେ ୪୦ରୁ ଉର୍ଦ୍ଧ ସିଆରପିଏଫ ଯବାନମାନେ ଶହୀଦ ହୋଇଯାଇଥିବା ବେଳେ ସାରା ବିଶ୍ୱ ପାକିସ୍ଥାନର ମାଟିରେ ଜନ୍ମ ନେଉଥିବା କାପୁରୁଷ ଆତଙ୍କୀମାନଙ୍କ ଏଭଳି ବର୍ବରକାଣ୍ଡକୁ ନିନ୍ଦା କରିଥିବା ବେଳେ ସାରା ଦେଶରେ କ୍ରୋଧର ବହ୍ନି ଜଳି ଉଠିଛି ।

Omkar Vasthu
Omkar Vasthu

ଅଭାବନୀୟ ଘଟଣାକୁ ଭୁଲି ନ ଯିବା ପାଇଁ ସମସ୍ତ ଯବାନମାନେ ପାକିସ୍ଥାନର ଆତଙ୍କବାଦୀଙ୍କୁ ମୂଳରୁ ନିପାତ କରିବା ପାଇଁ ଦେଶବାସୀ ପ୍ରକାଶ କରୁଥିବା ବେଳେ କାଶ୍ମୀର ପୁଲୱାମାରେ ଆତ୍ମଘାତୀ ବୋମା ବିସ୍ପୋରଣରେ ଶହୀଦ ହୋଇଥିବା ଯବାନମାନଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଂଜଳି ଓ ଏଭଳି ହୀନ କାଣ୍ଡକୁ ପ୍ରଶୟ ଦେଉଥିବା ପାକିସ୍ଥାନ ବିରୋଧରରେ ନାରାବାଜି କରି ରାୟଗଡା ଆଜାଦ୍ ହିନ୍ଦ ୟୁଥ୍ ଆସୋସିୟସନ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଂଜଳି ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

ରାୟଗଡା ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଆଜାଦ୍ ହିନ୍ଦ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଅଶ୍ରୁଳ ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମରେ ବିନାୟକ କରଙ୍କ ସଭାପତିତ୍ୱରେ ରାୟଗଡା ବିଧାୟକ ତଥା ଜିଲ୍ଳା ଯୋଜନା କମିଟିର ଅଧ୍ୟକ୍ଷ ଲାଲବିହାରୀ ହିମିରିକା ଯୋଗ ଦେଇ ଶହୀଦ ଯବାନଙ୍କ ଫୋଟଚିତ୍ରରେ ପୁଷ୍ପ ଦେଇ କ୍ୟାଣ୍ଡଲ ଜଳାଇ ଶ୍ରଦ୍ଧାଜଳି ଅର୍ପଣ କରି ଯବାନମାନଙ୍କ ପ୍ରତି ହୋଇଥିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ।

Udyog Nursery
Udyogi Nursery

ସେହିପରି ବରିଷ୍ଠ ନାଗରିକ କଲ୍ୟାଣ ସଂଘର ଉପଦେଷ୍ଠା ନୃସିଂହନାଥ ପାଢୀ, ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ଆଇନଜୀବି କେଦାରନାଥ ପଣ୍ଡା, ନାଟ୍ୟକାର ଡଃ.ନରେନ୍ଦ୍ର ମିଶ୍ର, ଶିକ୍ଷୟତ୍ରୀ ଆଶାଲତା, ରାୟଗଡା ଥାନାଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା, କାଉନସିଲର ସୁଶ୍ରୀ ମଂଜୁଶ୍ରୀ ମୁର୍ଖାଜୀ, ଯୋଗେଶ୍ୱର ଦାସ, କେ.କେ.ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶହୀଦ ଯବାନଙ୍କ ଫୋଟଚିତ୍ର ତଳେ ଧୂପ ଓ କ୍ୟାଣ୍ଡଲ ଜଳାଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସହରର ମାନ୍ୟଗଣ ବୁଦ୍ଧିଜୀବି, ସମାଜସେବୀ, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନର କଳାକାରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.