ଲାଞ୍ଜିଗଡ଼ଠାରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ଲାଞ୍ଜିଗଡ଼: ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲାଞ୍ଜିଗଡର ଶାନ୍ତିନଗରପଡାଠାରେ ହନୁମାନ ଦେବଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ଧର୍ମାନୁଷ୍ଠାନରେ ମହେନ୍ଦ୍ର ରାଉତ ଓ ତାଙ୍କ ଧର୍ମପତ୍ନୀ ମାଧୁରୀ ରାଉତ କର୍ତ୍ତା ଦାଇତ୍ୱ ନିର୍ବାହ କରିଛନ୍ତି। ପ୍ରଭାକର ଆଚାର୍ଯ୍ୟ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟ ସଂପାଦନା କରିଥିବାବେଳେ ଦିନବନ୍ଧୁ ବାରିକ ତାଙ୍କୁ ସହଯୋଗ କରିଥିଲେ।

ଟୁକୁନା ମହାରଣା ଓ ସଞ୍ଜୀବ ପେଶନିଆ ଏହି ହନୁମାନ ଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ସମ୍ପୂର୍ଣ୍ଣ ଭାବେ ଅର୍ଥ ବିନିମୟ କରିଥିବା ବେଳେ ଶାନ୍ତିନଗର ପଡାର ଯୁବଗୋଷ୍ଠୀ ଓ ପଡ଼ାବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ଅଞ୍ଚଳର ବଜରଙ୍ଗବଳୀ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.