ରାୟଗଡ ଜିଲ୍ଳାରେ ଦଶନ୍ଧି ପରେ ସମାଧାନ ହୋଇଛି ଶିକ୍ଷକଙ୍କ ସମସ୍ୟା

● ଏସଏସଡି ବିଦ୍ୟାଳୟରୁ ଶିକ୍ଷା ବିଭାଗକୁ ବଦଳିରେ ଅନିୟମିତତା ଅଭିଯୋଗ

ରାୟଗଡ, (ଶିବ ନାରାୟଣ ଗୈାଡ): ଗତ ଏକ ଦଶନ୍ଧି ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନିଯୁକ୍ତ ପାଇଥିବା ରାୟଗଡ ଜିଲ୍ଳାର ୨୧୧ଜଣ ଶିକ୍ଷକଶିକ୍ଷୟତ୍ରିମାନଙ୍କ ସମସ୍ୟାର ସମାଧାନ ହୋଇପାରିଛି । ଫଳରେ ସେମାନଙ୍କ ଟିଚର ପ୍ରୋଫାଇଲ୍ ପ୍ରସ୍ତୁତ ହେବା ସହ ସେମାନେ ଚାକିରି କାଳରେ ଅନଲାଇନ ବଦଳି ପୋର୍ଟାଲରେ ନିଜ ବଦଳି ପାଇଁ ଆବେଦନ କରିବା ସହ ଅନ୍ୟ ସମସ୍ତ କାର୍ଯ୍ୟରେ ଉପକୃତ ହୋଇପାରିବେ । ଏହି ସମସ୍ୟାର ସମାଧାନ ହୋଇ ପାରିଥିବାରୁ ଶିକ୍ଷକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଜିଲ୍ଳାର ୨୧୧ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କୁ ନିଯୁକ୍ତ ଦିଆଯାଇ ଅନୂସୂଚିତ ଜାତି ଓ ଜନଜାତି ବିଭାଗର ଏସଏସଡି ସ୍କୁଲଗୁଡିକରେ ଅବସ୍ଥାପିତ କରାଯାଇଥିଲା । ଫଳରେ ସେମାନଙ୍କ ଟିଚର ଫ୍ରୋଫାଇଲ୍ ହୋଇ ପାରି ନ ଥିବାରୁ ସେମାନେ ଦୀର୍ଘ ବର୍ଷ ଧରି ଏସଏସଡି ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ରହି ଗଣଶିକ୍ଷା ବିଭାଗରୁ ଦରମା ପାଉଥିଲେ । ତେବେ ନିଜ ପେରେଂଟ ବିଦ୍ୟାଳୟକୁ ବଦଳି ହୋଇ ଆସି ପାରୁ ନ ଥିଲେ । ଏହି ସମସ୍ୟାକୁ ନେଇ ଶିକ୍ଷୟତ୍ରୀ ଶ୍ରୀମତି ମଂଜୁଳାରାଣୀ ଦାଶ ମାନ୍ୟବର ହାଇକୋର୍ଟ, ଓଡିଶାରେ ଏକ ମାମଲା ରୁଜୁ କରିଥିଲେ । ଏହାକୁ ବିଚାରକୁ ନେଇ ମାନ୍ୟବର ହାଇକୋର୍ଟ ଗତ ଜୁନ୍ ମାସ ୨୫ ତାରିଖରେ ରାୟ ପ୍ରଦାନ ପରେ ଚଳିତ ଜୁଲାଇ ମାସ ୨୨ତାରିଖ ସୁଦ୍ଧା ଏସଏସଡି ସ୍କୁଲଗୁଡିକରେ ନିଯୁକ୍ତ ପାଇଥିବା ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ନିଜ ଗଣଶିକ୍ଷା ବିଭାଗ ସ୍କୁଲକୁ ବଦଳି ହୋଇ ଆସି ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ ନିଜ ନିଜ ସ୍କୁଲରେ ଜୁଲାଇ ୨୩ତାରିଖ ସୁଦ୍ଧା ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଗଲା । ଏହି କ୍ରମରେ ସମସ୍ତ ବିଇଓ ଓ ପ୍ରଧାନଶିକ୍ଷକମାନଙ୍କୁ ଟିଚର ଫ୍ରୋଫାଇଲ୍ ଅପଡେଟ୍ କରିବା ପାଇଁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ଜୁଲାଇ ୨୦ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏସଏସଡି ବିଦ୍ୟାଳୟଗୁଡିକରୁ ଗଣଶିକ୍ଷା ବିଭାଗକୁ ଫେରିଥିବା ୨୧୧ଜଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନୂତନ ସ୍କୁଲରେ ନିଯୁକ୍ତ କରିବା ପ୍ରକ୍ରିୟାକୁ ତରବରିଆ ଭାବେ ରାୟଗଡ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବାରିହା ପ୍ରସ୍ତୁତ କରିଥିବାରୁ ଏଥିରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି । ନିଜ ନିଜ କ୍ଳଷ୍ଟର ତଥା ତା’ନିକଟସ୍ଥ କ୍ଳଷ୍ଟର ଭିତରେ ହିଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନିଯୁକ୍ତ କରିବା ପରିବର୍ତ୍ତେ ଜିଲ୍ଳା ଶିକ୍ଷାଧିକାରୀ ଚଂଚକତା କରି ସରକାରଙ୍କ ନିୟମଧାରାକୁ ମୋଡି ମୋକଚି ରାୟଗଡ ଶିକ୍ଷା ବ୍ଳକର ଅନେକ ଶିକ୍ଷୟତ୍ରୀମାନଙ୍କୁ ଅଧିକ ଦୂରତାରେ ଥିବା ସ୍କୁଲଗୁଡିକରେ ଅବସ୍ଥାପିତ କରିଛନ୍ତି । ଏହି ଅବସ୍ଥାପିତ ପ୍ରକ୍ରିୟାରେ ଯେଉଁମାନେ ହାତଗୁଂଜା ଦେଇଛନ୍ତି ସେମାନଙ୍କୁ ନିଜ ଇଚ୍ଛା ମୁତାବକ ନିଜ ନିକଟସ୍ଥ ବିଦ୍ୟାଳୟ ଅବସ୍ଥାପିତ କରାଯାଇଥିବା ନେଇ ଶିକ୍ଷକ ଓ ବୁଦ୍ଧିଜୀବି ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଏହି ଅବସ୍ଥାପିତ ପ୍ରକ୍ରିୟାର ସମସ୍ତ ଦିଗକୁ ନେଇ ଜିଲ୍ଳାପାଳଙ୍କ ଦ୍ୱାରା ତଦନ୍ତ କରାଗଲେ ଏଥିରେ ଅନେକ ଗୁମର ଖୋଲିବ ଏବଂ ଏହା ତଦନ୍ତ ସାକ୍ଷେପ । ରାୟଗଡ ପୈାରାଂଚଳରେ ପୂର୍ବରୁ ପିଟିଆର ଅନୁଯାୟୀ ୫୦ରୁ ଉର୍ଦ୍ଧ ଶିକ୍ଷକଶିକ୍ଷୟତ୍ରୀ ରହିଥିବା ବେଳେ ପୁଣି ଫରେଷ୍ଟ କଲୋନୀ ଓ ଧୋବା ସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଅବସ୍ଥାପିତ କରାଯାଇଛି । ଏ ନେଇ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସରକାରଙ୍କ ଆଦେଶ ଓ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସଏସଡି ବିଦ୍ୟାଳୟରେ ଥିବା ଗଣଶିକ୍ଷା ବିଭାଗର ୨୧୧ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କୁ ରିଲିଭ୍ କରାଯାଇ ସେମାନଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ବର୍ତମାନ ଯେଉଁ ସ୍ଥାନକୁ ଯାହାକୁ ଦିଆଯାଇଛି ସେମାନଙ୍କୁ ଆଉ ବଦଳି କରି ହେବ ନାହିଁ ଏବଂ ପୁଣି ଆସନ୍ତା ମାସ ପରେ ଏସଏସଡି ବିଭାଗକୁ ସେମାନଙ୍କୁ ଡେପୁଟେସନରେ ପଠାଯିବ ବୋଲି କହିଛନ୍ତି ଏବଂ ଏ ନେଇ ସେ ଜିଲ୍ଳା ନୋଡାଲ ଅଧିକାରୀ ତଥା ଯୁଗ୍ମ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ସହ ମଧ୍ୟ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି । କିନ୍ତୁ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସ୍ୱାଇଁଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ ଏହି ଅବସ୍ଥାପିତ ପ୍ରକ୍ରିୟା ସମ୍ବନ୍ଧରେ କିଛି ବି ଜାଣି ନ ଥିବା ବେଳେ ଜିଲ୍ଳା ଶିକ୍ଷାଧିକାରୀଙ୍କ ସହ ସେ କୈାଣସି ଆଲୋଚନା କରି ନ ଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ଏସଏସଡି ବିଭାଗରୁ ଏକାଥରକେ ୨୧୧ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଗଣଶିକ୍ଷା ବିଭାଗକୁ ରିଲିଭ୍ କରାଯିବା ପରେ ଏସଏସଡି ବିଭାଗରେ ଶିକ୍ଷାଦାନ ପ୍ରକ୍ରିୟାରେ ବାଧାପ୍ରାପ୍ତ ହେବାକୁ ଥିବା ବେଳେ ବତର୍ମାନ କୋଭିଡ ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଥିବା ଯୋଗୁଁ ଶିକ୍ଷାଦାନରେ ଆଂଶିକ ପ୍ରଭାବ ପଡିବ ତେବେ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ୬୦ଟି ଶିକ୍ଷା ସହାୟକ ପଦବୀରେ ଶିକ୍ଷକ ନିଯୁକ୍ତ କରାଯିବା ପରେ ଏହି ସମସ୍ୟାର ସମାଧାନ ଅଳ୍ପ ମାତ୍ରାରେ ହୋଇପାରିବ ବୋଲି ଏସଏସଡି ବିଭାଗର ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.