ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ୍ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବାତେଲିମା ଗ୍ରାମ ପଞ୍ଚାୟତ ପାର୍ବତୀପୁର ଗାଁ ଠାରେ ମାଟି ସ୍ବାସ୍ଥ୍ୟ ପରୀକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହକାରୀ କୃଷି ଅଧିକାରୀ ହିରନ୍ୟ ବାରିକ, କୃଷି ଅଭିବର୍ଷକ ବିଶ୍ବରଂଜନ ସେନାପତି ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଗ୍ରାମୀୟ କୃଷି କର୍ମଚାରୀ ଭାସ୍କର ମାଝୀ। ଏହି ଅବସରରେ ପାର୍ବତୀପୁର ଗାଁର ୩୦ ଜଣ ଚାଷୀଙ୍କୁ ମାଟି ସ୍ବାସ୍ଥ୍ୟ ପରୀକ୍ଷା ସମ୍ପର୍କିରେ ତାଲିମ୍ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ କୃଷକ ସାଥୀ ମୁରଲି ନାଏକ ଏବଂ ଶିବ ମାଝୀ ସହଯୋଗ କରିଥିଲେ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in