ଜିଲ୍ଳା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାତ ଖୋଳୁଥିଲେ ୨ ଶିଶୁ ଶ୍ରମିକ!

● ଉଦ୍ଧାର ପରେ ଥଇଥାନ ବ୍ୟବସ୍ଥା ପାଇଁ ତତ୍ପରତା ଦେଖାଇଲା ଶ୍ରମ ବିଭାଗ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ଛଡେଇ ନେଇଛି ପିଲାଙ୍କ ପାଠପଢା ସହ ଦିନ ମଜୁରିଆଙ୍କ ରୋଜଗାରର ପନ୍ଥା । ଜବକାର୍ଡ ଥାଇ ମଧ୍ୟ ପାଉନାହାନ୍ତି ଅନେକ ଦିନ ମଜୁରିଆ ମନରେଗାରେ କାମ । ପେଟ ପୋଷିବା ପାଇଁ ଶେଷରେ ଦିନ ମଜୁରିଆ ଭାବେ ମୂଲ ଲାଗିବାକୁ ନିଜ ପିଲାମାନଙ୍କୁ ଛାଡି ଦେଉଛନ୍ତି ଗରୀବ ପରିବାରମାନେ । ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଜିଲ୍ଳା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୨ଜଣ ଶିଶୁ ଶ୍ରମିକ ଗାତ ଖୋଳୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯଦି କାର୍ଯ୍ୟାଳୟ ସମ୍ମୁଖରେ ଶିଶୁ ଶ୍ରମିକ ନିୟୋଜିତ ହୋଇ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ତେବେ ଜିଲ୍ଳାରେ ଏହାର ବାସ୍ତବ ଚିତ୍ର ଯେ କଣ ହୋଇଥିବା ତାହା ଆପେ ଅନୁମେୟ ।

Omkar Vasthu
Omkar Vasthu


ଆନ୍ଧ୍ରର ଗୁଂଟୁର ଠାରେ ଜିଲ୍ଳାର ଗୁଣପୁର ବ୍ଳକ ଅଂଚଳର ୬ଜଣ ଶିଶୁ ଶ୍ରମିକ ଜୀବନ୍ତ ଦଗ୍ଧ ହେବା ଘଟଣାରେ ଶ୍ରମ ବିଭାଗର ପାରିବା ପଣିଆ ଏକ ପ୍ରକାର ଜଣାପଡିଥିବା ବେଳେ କାର୍ଯ୍ୟାଳୟ ସମ୍ମୁଖରେ ଶିଶୁ ଶ୍ରମିକ ନିୟୋଜିତ ଭଳି ଦୃଶ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜିଲ୍ଳା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା କଡରେ ପାଇପ ଲାଇନ ନିମନ୍ତେ ଗାତ ଖୋଳୁଥିବା ନେଇ ସେମାନଙ୍କୁ ଠିକାଦାର ଜଣଙ୍କ ଦୈନିକ ୪ଶହ ଟଙ୍କାରେ ନିୟୋଜିତ କରିଥିବା ନେଇ ଉଦ୍ଧାର ହୋଇଥିବା ୨ଜଣ ଶିଶୁ ଶ୍ରମିକ ପ୍ରକାଶ କରିଥିଲେ । ଉଦ୍ଧାର ଶିଶୁ ଶ୍ରମିକ ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଡଙ୍ଗାସିଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଧଡାପାସ୍ ଗ୍ରାମର ମଙ୍ଗୁ ମାଝିର ୧୫ବର୍ଷର ପୁଅ ରାଇସିଂ ଓ କାମୁଲୁ ମାଝିର ୧୫ବର୍ଷର ପୁଅ ଦାଶରଥୀ ବୋଲି ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେମାନେ ପଂଚମ ଶ୍ରେଣୀରୁ ପାଠ ପଢା ବନ୍ଦ କରି ଦେଇଥିବା ବେଳେ ବର୍ତମାନ ମହାମାରୀ କରୋନା ପରେ ଘର ଚଳେଇବା ବାପାମା’ଙ୍କ ପାଇଁ କଷ୍ଟକର ହୋଇ ପଡିଥିବାରୁ ସେମାନେ ନିଜ ଗାଁର ଅନ୍ୟ ଲୋକମାନଙ୍କ ସହ ରାୟଗଡ ସହରକୁ କାମ କରିବାକୁ ଆସିଥିବା ପ୍ରକାଶ କରିଛନ୍ତି । କାର୍ଯ୍ୟାଳୟ ସମ୍ମୁଖରେ ଶିଶୁ ଶ୍ରମିକ ଗାତ ଖୋଳୁଥିବା ବିଷୟରେ ଖବର ପାଇ ଶ୍ରମ ବିଭାଗ ଅଧିକାରୀମାନେ ଆସି ଦୁହିଁଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିବା ସହ ସେମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରାଯିବା ନେଇ ଜିଲ୍ଳା ଶ୍ରମ ବିଭାଗର ଶ୍ରମ ନିରୀକ୍ଷକ ସଂଜୟ ରଇତ ସୂଚନା ପ୍ରଦାନ କରିଛନ୍ତି । ଅପରପକ୍ଷେ ଉଦ୍ଧାର ଦୁଇ ଶିଶୁ ଶ୍ରମିକଙ୍କୁ ସିଡବ୍ଳ୍ୟୁସିରେ ହାଜର କରାଯିବା ପରେ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ଲାଇନ ପକ୍ଷରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.