ରାୟଗଡା,୧୭/୨ : ଜମ୍ମୁ-କାଶ୍ମୀର ପୁଲଓ୍ବାମାର ଅବନ୍ତୀପୁ୍ର ଠାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦ ଆକ୍ରମଣରେ ୪୦ଜଣ ଯବାନ ଶହିଦ୍ ହେବା ଘଟଣାକୁ ରାୟଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଘୋର ନିନ୍ଦା କରାଯିବା ସହ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଶହିଦଙ୍କ ପରିବାର ସହିତ ପାର୍ଟି ପୂର୍ଣ୍ଣମାତ୍ରାରେ ସମବେଦନା ଜଣାଇଛି ।
ଏହି ଆକ୍ରମଣରେ ୨ଜଣ ଓଡିଆ ପୁଅର ମୃତ୍ୟୁ ରାଜ୍ୟବାସୀଙ୍କ ଭାବନାକୁ ମଧ୍ୟ ଆଘାତ ଦେଇଛି ।ଏହି କ୍ରମରେ ରବିବାର ଦିବା ୧୨ଘଣ୍ଟିକା ସମୟରେ ୩୨୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ କପିଳାସ ଛକ ଠାରେ ପାକିସ୍ଥାନର ଆତଙ୍କବାଦ କାର୍ଯ୍ୟକଳାପକୁ ବିରୋଧ କରି ସଂକଳ୍ପ ଓ ଶ୍ରଦ୍ଧାଂଜଳି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଶହିଦ ଯବାନମାନଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ପାକିସ୍ଥାନ ବିରୋଧରେ ନାରାବାଜି କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦି ଓ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଏହି ଘଟଣାକୁ କଡା ଶଦ୍ଦରେ ନିନ୍ଦା କରି ପାକିସ୍ଥାନକୁ ନିଜର ଆତଙ୍କବାଦ ଗତିବିଧି ପାଇଁ ଚେତାବନୀ ଦେଇଥିବା ଓ ଶହିଦ ପରିବାରଙ୍କ ସହ ସାରା ଦେଶ ରହିଛି ବୋଲି ରାଷ୍ଟ୍ରିୟ ଜନଜାତି ମୋର୍ଚ୍ଚା ଉପାଧ୍ୟକ୍ଷ କାଳିରାମ ମାଝି ଏହି କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଥିଲେ ।
ସେହିପରି ଏହି ଆତଙ୍କବାଦ ବିରୋଧ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ହଳଧର ମିଶ୍ର, ଉପ ସଭାନେତ୍ରୀ ଶ୍ରୀମତି କେ.ଅଶ୍ୱନୀ, ରାଜ୍ୟ ସଂପାଦିକା ଶ୍ରୀମତି ଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ଶ୍ରୀମତି ଭାନୁମତି ମୁଦୁଲି, ସାଧାରଣ ସଂପାଦିକା ଶ୍ରୀମତି ରଂଜନା ଉପାଧ୍ୟୟ,ଜି.ରାଜେସ୍ୱରୀ,
ମାେଇନା ଅାଚାର୍ଯ୍ୟ,ନଗର ସଭାପତି ଏମ.ରାମାରାଓ, ଉପ ସଭାପତି ଗୈାରୀ ପ୍ରଧାନ, ସାଧାରଣ ସଂପାଦକ ଏନ.ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମେଶ ଖୋସଲା , କୋରାପୁଟ ଲୋକସଭା କ୍ଷେତ୍ରୀୟ ମିଡିଆ ସେଲ ପ୍ରଭାରୀ ଶିବ ନାରାୟଣ ଗଉଡ,ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଚିତ୍ତ ରଂଜନ ନାୟକ,ଶାନ୍ତୁନୁ ସୁବୁଦ୍ଧିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।





