ଢେପଗୁଡ଼ା ଘାଟିରେ ଟ୍ରକ ଓଲଟି ରାସ୍ତା ଅବରୋଧ

ଲାଞ୍ଜିଗଡ଼: ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ସିକେରକୁପାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ରାସ୍ତା ଏବେ ଦୁର୍ଘଟଣା ପ୍ରବଣ ସଡ଼କରେ ପରିଣତ ହୋଇଛି। ରାୟପୁରରୁ ରାୟଗଡ଼ା ଯାଉଥିବା ଏକ ଭଲଭୋ ଟ୍ରକ ଏହି ରାସ୍ତାର ଢେପଗୁଡ଼ା ନିକଟସ୍ଥ ଏକ ନବ ନିର୍ମିତ ପୋଲ ପାଖରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଏଥିରେ ଚାଳକ ଓ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଟ୍ରକଟି ମଝି ରାସ୍ତାରେ ଓଲଟି ପଡ଼ିବାରୁ ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ ହୋଇ ଶତାଧିକ ଯାନବାହନ ଅଟକି ରହିଥିଲା। ଏହାପରେ ତିନୋଟି କ୍ରେନ୍ ଅଣାଯାଇ ଟ୍ରକଟିକୁ ରାସ୍ତାରୁ ହଟାଯିବା ପରେ ଯାତାୟତ ସ୍ବାଭାବିକ ହୋଇଛି।

Omkar Vasthu
Omkar Vasthu

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.