ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ପୈାରାଂଚଳ ଅଧିନସ୍ଥ ଶିରିଗୁଡା ନିକଟରେ ଖୋଲା ଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ନମ୍ବର -୦୯କୁ ବନ୍ଦ କରିବା ପାଇଁ ରାୟଗଡ ଜିଲ୍ଳା ଶାଖା ବହୁଜନ ସମାଜ ପାର୍ଟି ତରଫରୁ ଦାବି କରାଯାଇ ଏହି ସମ୍ବନ୍ଧରେ ରାୟଗଡ ଜିଲ୍ଳାପାଳ ଓ ଜିଲ୍ଳା ଏସ.ପି.ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଏହି ଅଭିଯୋଗ ପତ୍ରରେ ଓଡିଶା ସରକାରଙ୍କ ଅବକାରୀ ନିୟମ-୨୦୧୭କୁ ସଂପୂର୍ଣ୍ଣ ଉଂଲଘନ କରାଯାଇ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲାଯାଇଥିବା ଅଭିଯୋଗ ହୋଇଛି । ଏହି ମଦ ଦୋକାନ ଦ୍ୱାରା ସ୍ଥାନୀୟ ଅଂଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ଦାବିପତ୍ରରେ ଉଲ୍ଳେଖ ରହିଛି । ମଦ ଦୋକାନ ଠାରୁ ୨୦୦ ମିଟର ଦୂରତା ବ୍ୟବଧାନରେ ଆଦିବାସୀ ଜନବସତି ଶିରିଗୁଡାର ବଡ ଓ ସାନ ସାହି, ଶିକ୍ଷକ ଷ୍ଟାଫ କଲୋନୀ, ଆଦିବାସୀଙ୍କ ଝାଙ୍କେରୀ ପୂଜା ପୁଣ୍ୟପୀଠ, ତ୍ରିନାଥ ମନ୍ଦିର, ଦୁଇଟି ଚାଉଳ କଳ, ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଏକ ପେଟ୍ରୋଲ ପମ୍ପ ରହିଥିବା ବେଳେ ଅବକାରୀ ନିୟମ ୨୬-୧-ବି’କୁ ଉଂଲଘନ କରାଯାଇ ଏହି ମଦ ଦୋକାନ ଖୋଲାଯାଇଥିବା ନେଇ ଅଭିଯୋଗ ହୋଇଛି । ସେହିପରି ୩୦୦ମିଟର ଦୂରତା ମଧ୍ୟରେ ଡଃ.ବି.ଆର. ଅମ୍ବେଦକର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଓ ବିଦ୍ୟୁତ କଲୋନୀ ଉନ୍ନୀତ ବିଦ୍ୟାଳୟ ସହ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଥିବା ହେତୁ ଏହାର କୁପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ପଡିବ ଏବଂ ତାଙ୍କର ଭବିଷ୍ୟତ ଅନ୍ଧାର ହେବ ବୋଲି ଉଲ୍ଳେଖ ରହିଛି ଯାହାକି ଅବକାରୀ ନିୟମ ୨୬-୧-ସିକୁ ସଂପୂର୍ଣ୍ଣ ଭାବେ ଉଂଲଘନ କରୁଛି ବୋଲି ଅଭିଯୋଗ ହୋଇଛି । ସେହିପରି ଅବକାରୀ ନିୟମ ଧାରା ୨୭କୁ ଉଂଲଘନ କରି ଜନଜଗହଳିପୂର୍ଣ୍ଣ ରାସ୍ତା କଡରେ ଉକ୍ତ ମଦ ଦୋକନ ଖୋଲା ଯାଇଥିବାରୁ ରାସ୍ତା ଦେଇ ଚାଉଳ କଳକୁ ଶ୍ରମିକ ଭାବେ ନିୟମିତ ଯାତାୟାତ କରୁଥିବା ଅଂଚଳର ମହିଳାଙ୍କ ସମେତ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀମାନେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ଏପରିକି ମଦ ଦୋକାନରୁ ଗ୍ରାହକମାନେ ମଦ କିଣି ପିଇ ସାରିବା ପରେ ରାସ୍ତା କଡରେ ଥିବା ଚାଷ ଜମିରେ ତଥା ରାସ୍ତା ଉପରେ ଫୋପାଡି ଦେଉଥିବାରୁ ଅଂଚଳବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।
ଶିରିଗୁଡା ଭଳି ଆଦିବାସୀ ବହୁଳ ଅଂଚଳରେ ମଦ ଦୋକାନ ଖୋଲା ଯାଇଥିବାରୁ ଆଗାମୀ ଦିନରେ ଅଂଚଳରେ ଶାନ୍ତିଶୃଙ୍ଖଳାକୁ ନଷ୍ଟ କରିବା ଭଳି ଘଟଣା ସହ ଘରେ ଘରେ ପାରିବାରିକ କଳହ ଦେଖାଦେବ ଯଦ୍ୱାରା ଅଂଚଳବାସୀ ବେଶ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଯଥାଶୀଘ୍ର ଉକ୍ତ ମଦ ଦୋକାନକୁ ବନ୍ଦ କରିବା ସହ ଅବକାରୀ ନିୟମକୁ ଉଂଲଘନ କରାଯାଇ ମଦ ଦୋକାନ ଖୋଲାଯିବା ପାଇଁ କେଉଁ ଆଧାରରେ ଆଦେଶ ଦିଆଯାଇଛି ତାହାର ତଦନ୍ତ କରିବା ପାଇଁ ବହୁଜନ ସମାଜ ପାର୍ଟି ରାୟଗଡ ଜିଲ୍ଳା ସଭାପତି ଜିତୁ ଜାକେସିକା ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଶିରିଗୁଡା ଅଂଚଳର ଭଦ୍ର ବ୍ୟକ୍ତି ଓ ଯୁବକ ଚିତରଂଜନ ବିଡିକା, ବୁଲି ହୁଇକା, ନରେନ୍ଦ୍ର କଣ୍ଡାଗରୀ, ରିତୁ ମିଣିଆକା, ପ୍ରବୀଣ ବିଡିକା, ଡି.ବାଲୁଙ୍କ ସମେତ ବହୁଜନ ସମାଜ ପାର୍ଟି, ରାଜ୍ୟ ଉପସଭାପତି ଭବାନୀ ଶଙ୍କର ଝୋଡିଆ, ରାୟଗଡ ଜୋନ୍ ସଂପାଦକ ପ୍ରଶନ୍ନ ପୂଜାରୀ,ଜିଲ୍ଳା ମହିଳା ସଭାପତି ସୁନୀତା ବିିଡିକା, ବରିଷ୍ଠ ନେତ୍ରୀ ସିନାଲି କଣ୍ଡାଗରୀ, ଜିଲ୍ଲା ସାଧାରଣ ସଂପାଦକ ରବି ଗରଡିଆ, ଜିଲ୍ଲା କୋଷାଧ୍ୟକ୍ଷ ଭୂଷଣ ହୁଇକା, ନଗର ସଭାପତି କୈଳାସ ନାଚିକା, ବିଷମକଟକ ନିର୍ବାଚନ ମଣ୍ଡଳୀ ଉପସଭାପତି ସୋମେଶ୍ୱର କୈାଶଲ୍ୟା, କଲ୍ୟାଣସିଂହପୁର ବ୍ଳକ ପ୍ରଭାରୀ ଜଗନ ବେନିଆ, ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତା ଧନୁର୍ଯ୍ୟ କୈାଶଲ୍ୟା, ହରିଦାସ କୈାଶଲ୍ୟା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।