ଜେକେପୁରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

● କଟକରେ ହେଉଛନ୍ତି ଚିକିତ୍ସିତ, ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପାଖେ ନାହିଁ ଖବର

ରାୟଗଡ, (ଶିବ ନାରାୟଣ ଗୈାଡ): ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାଗୁଡିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଥିବା ବେଳେ ବର୍ତମାନ ରାୟଗଡ ଜିଲ୍ଲା ଜେକେପୁରରେ ମଧ୍ୟ ଜଣେ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । କିନ୍ତୁ ଏଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବେଫିକରରେ ରହିଛନ୍ତି । ଚାନ୍ଦିଲି ଗ୍ରାମ ପଂଚାୟତ ଅଧିନସ୍ଥ ଜେକେପୁରର ସରସ୍ୱତୀ ଶିଶୁ ମନ୍ଦିର ନିକଟ ଭାଟିପଡା ସାହିରେ ଚିହ୍ନଟ ହୋଇଥିବା ପ୍ରଥମ ଡେଙ୍ଗୁ ରୋଗୀଙ୍କ ନାମ ସୁଶାନ୍ତ ମିଶ୍ର (୩୪)ବୋଲି ଜଣାପଡିଛି । ବର୍ତମାନ ସେ କଟକ ଠାରେ ନିଜ ସଂପର୍କୀୟଙ୍କ ଘରେ ରହି ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ପ୍ରକାରେ ଗତ ସପ୍ତାହ ତଳେ ସୁଶାନ୍ତ ଭୀଷଣ ଜ୍ୱରରେ ଆକ୍ରାନ୍ତ ହେବା ପରେ ରାୟଗଡ ସହରରେ ଏକ ଘରୋଇ କ୍ଳିନିକରେ ନିଜର ଚିକିତ୍ସା କରାଇଥିଲେ । ରକ୍ତ ନମୂନା ସହ ଅନ୍ୟାନ୍ୟ ପରୀକ୍ଷା ପରେ ମଧ୍ୟ ଜ୍ୱର ନ କମିବାରୁ ସେ ଆଉ ବିଳମ୍ବ ନ କରି ଗତ ୩ ଦିନ ତଳେ କଟକରେ ରହୁଥିବା ନିଜ ସଂପର୍କୀୟଙ୍କ ଘରକୁ ଯାଇ ଗତକାଲି ୯ତାରିଖରେ କଟକ ଏସସିବି ମେଡିକଲ କଲେଜ ଏବଂ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସେଠାରେ ତାଙ୍କର ରକ୍ତ ନମୂନାରେ ଏନଏସ୧ ପଜିଟିଭ୍ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା । ତେବେ ଏସସିବି ମେଡିକଲରେ ଡେଙ୍ଗୁ ୱାର୍ଡରେ ବେଡ୍ ଖାଲି ନ ଥିବାରୁ ସୁଶାନ୍ତ ନିଜ ସଂପର୍କୀୟଙ୍କ ଘରେ ରହି ଚିକିତ୍ସିତ ହେଉଛନ୍ତି । ଜେକେପୁରରୁ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପାଖେ ଖବର ନ ଥିବା ଜଣାପଡିଛି । ତେବେ ଏ ନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ପଚାରିବାରୁ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ନେଇ ତାଙ୍କ ପାଖେ ଖବର ନ ଥିବା ବେଳେ ଡେଙ୍ଗୁ ଠାରୁ ଦୂରେଇ ରହିବା ପାଇଁ ଘର ଆଖ ପାଖରେ ଯେମିତି କୈାଣସି ସ୍ଥାନରେ ବ୍ୟବହାର ହେଉ ନ ଥିବା ପାଣି ସପ୍ତାହ ଧରି ଜମି ନ ଥାଏ ସେଥିପ୍ରତି ଦୃଷ୍ଟି ଦେବା ସହ ଆଖାପାଖ ସ୍ଥାନକୁ ସଫା ସୁତୁରା ରଖିବା ନିମନ୍ତେ ସଚେତନ ସୃଷ୍ଟି କରିବା ଦିଗରେ ୭ଜଣ ସ୍ୱେଚ୍ଛାସେବୀଙ୍କୁ ଜେକେପୁର ଅଂଚଳ ପାଇଁ ନିୟୋଜିତ କରାଯାଇ ଘରକୁ ଘର ଯାଇ ସଚେତନତା ସୃଷ୍ଟି କରାଯାଇଥିଲା ବୋଲି ପ୍ରକାଶ କରିଛନ୍ତି । ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ଉକ୍ତ ଅଂଚଳରେ ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ଲୋକଙ୍କୁ ଆହୁରି ସଚେତନ କରାଯିବ ବୋଲି କହିଛନ୍ତି । ପ୍ରକାଶ ଥାଉ କି, ଜେକେପୁର ସହରରେ ଗତବର୍ଷ ୧୧ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ୧୫୮ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ । ସେଥି ମଧ୍ୟରୁ ମୁନିଗୁଡା ବ୍ଳକର ଟିକରପଡା ଗ୍ରାମରୁ ହିଁ ୫୫ଜଣ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ବର୍ଷା ଆରମ୍ଭ ଜୁଲାଇ ମାସରୁ ଅକ୍ଟୋବର ୪ମାସ ମଧ୍ୟରେ ରାୟଗଡ ଜିଲା୍ଳରେ ପ୍ରତିବର୍ଷ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସଚେତନତା ଅଭାବରୁ ଲୋକେ ଡେଙ୍ଗୁରୋଗରେ ପୀଡିତ ହେଉଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.