ତରୁଣ ପ୍ରଜ୍ଞା ଭାରତୀ ସାଂସ୍କୃତିକ ପରିଷଦ ତରଫରୁ ଆଭାସୀ ମାଧ୍ୟମରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ତରୁଣ ପ୍ରଜ୍ଞା ଭାରତୀ ସାଂସ୍କୃତିକ ପରିଷଦ ତରଫରୁ ଆଭାସୀ ମାଧ୍ୟମରେ ଏହାର ନିୟମିତ ଲେଖକ, ପାଠକ ଏବଂ ସମୀକ୍ଷକ ଭାବେ ସ୍ୱକର୍ତ୍ତବ୍ୟ ସମ୍ପାଦନ କରୁଥିବା ସାହିତ୍ୟିକ କବି ଏବଂ କବିୟତ୍ରୀଙ୍କ ପ୍ରତିଭାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏକ ପ୍ରଶସ୍ତିପତ୍ର ତଥା ମାନପତ୍ର ପ୍ରଦାନ କରାଯାଇଅଛି। ଭାଷା ସାହିତ୍ୟ ପ୍ରତି ସମର୍ପିତ ସାରସ୍ୱତ ସ୍ରଷ୍ଟାଗଣଙ୍କୁ ଆଜି ଅନୁଷ୍ଠାନର ସମ୍ପାଦକ ଯଗ୍ୟେଶ୍ୱର ପଣ୍ଡlଙ୍କ ତତ୍ୱାବଧାନତାରେ ବିଧିବଦ୍ଧ ଭାବେ ଏହି ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu


ଏହି ଆଭାସୀ କାର୍ଯ୍ୟକ୍ରମରେ ବାଲିଗୁଡାରୁ କବି ସୌରଭ କୈଳାଶ ବେହେରା, ନବରଙ୍ଗପୁରରୁ ଜଗନ୍ନାଥ ବେହେରା, କବୟିତ୍ରୀ ସ୍ୱପ୍ନା ମହାନ୍ତି, କୋରାପୁଟରୁ କବି ତ୍ରିନାଥ ପଟ୍ଟନାୟକ, ରଞ୍ଜନ କୁମାର ପଣ୍ଡା, ଜୟପୁରରୁ ଯଜ୍ଞେଶ୍ୱର ପଣ୍ଡା, ନିରଞ୍ଜନ ସାହୁ, ଉମରକୋଟରୁ କବୟିତ୍ରୀ ସ୍ଵାଗତିକା ସାହୁ, ମାଲକାନଗିରିରୁ ଯଚିନ୍ଦ୍ର ସ୍ୱାଇଁ, ବଳରାମ ପୂଜାରୀ, ନୟାଗଡରୁ କବି ଗୋଦାବରୀଶ ଦାସ, ସମ୍ବଲପୁରରୁ କବି ନିତ୍ୟାନନ୍ଦ ଖମାରୀ ପ୍ରମୁଖ ପ୍ରାୟ ୧୦୦ ରୁ ଉର୍ଦ୍ଧ କବି ଏବଂ କବୟିତ୍ରୀଙ୍କୁ କୃତଜ୍ଞତା ସ୍ୱରୂପ ଅଭିନନ୍ଦନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.