ଶଶୁର ଘର ଗାଁରେ ଜ୍ବାଇଁଙ୍କ ଆତ୍ମହତ୍ୟା

କଳାହାଣ୍ଡି, (ନରୋତ୍ତମ ସେଲମା): ଶ୍ବଶୁର ଘର ଗାଁର ଗୋଟିଏ ଗଛରୁ ଜ୍ବାଇଁଙ୍କ ଶବ ଉଦ୍ଧାର ହୋଇଛି। ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ରିଷିଡା ଫାଣ୍ଡି ଅନ୍ତର୍ଗତ କୁଜାମହୁଲ ଗାଁର। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି ପ୍ରଭାକର ଭୁକ୍ତା। ତାଙ୍କ ନିଜ ଗାଁ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଅଇଲାପାଲି ବୋଲି ଜଣାପଡିଛି। ସେ ଅଢେଇ ବର୍ଷ ତଳେ କୁଜାମହୁଲ ଗ୍ରାମର ରାଧେ ଝାଙ୍କରଙ୍କ ଝିଅ ଝିଲିକୁ ବିବାହ କରିଥିଲେ। ଦୁଇ ବର୍ଷ ହେଲା ପ୍ରଭାକର ନିଜ ସ୍ତ୍ରୀ ସହ ଶଶୁର ଘରେ ରହୁଥିଲେ। ତାଙ୍କର ପୁଅ ଟିଏ ଥିବା ଜଣାଯାଇଛି। ଗତ ରାତି ରେ ସେ ହଠାତ ଘରୁ ବାହାରି କୁଆଡେ ଚାଲି ଯାଇଥିଲେ ଏବଂ ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଏକ ମହୁଲ ଗଛରେ ଠାବ କରାଯାଇଛି ବୋଲି ମୃତକଙ୍କ ସ୍ତ୍ରୀ ରିଷିଡା ଫାଣ୍ଡିରେ ଲିଖିତ ଭାବେ ଜଣାଇଛନ୍ତି। ଖବର ପାଇ ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ସଦଳବଳେ ଘଟନାସ୍ଥଳରେ ପହଁଞ୍ଚି ଶବ ଜବତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.