ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ନିମନ୍ତେ ୧୨ ଘଣ୍ଟିଆ ଭାରତ ବନ୍ଦ : ରାୟଗଡାରେ ବନ୍ଦ ପାଳନ

ରାୟଗଡା,୧୮/୨: ଗତ ୧୪ତାରିଖରେ କାଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତି ବିସ୍ପୋରଣରେ  ସହିଦ ହୋଇଥିବା ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଂଜଳି ନିମନ୍ତେ ସାରା ଦେଶର ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଭାଇଚାରା ର ସହର ରାୟଗଡାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

ରାୟଗଡା ଜିଲ୍ଲା ବଣିକ ସଂଘ ଡାକରାରେ ଆଜି ସକାଳୁ ମୁଖ୍ୟ ବଜାର ସମେତ ଜ୍ୟୋତିମହଲ ରାସ୍ତା, ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା କପିଳାଶ ଛକ ଠାରୁ ତୁମ୍ବିଗୁଡା ପର୍ଯ୍ୟନ୍ତ ସମସ୍ତ ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ ସହ ଗଳିକନ୍ଦିରେ ଥିବା ଦୋକାନଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Pearl dental clinic
Near Ashish Medical Store, Bhawanipatna

ବଣିକ ସଂଘକୁ ସମର୍ଥନ କରିଛନ୍ତି ରାୟଗଡା ସମସ୍ତ ବ୍ୟବସାୟୀମାନେ । ଶହିଦ ଯବାନଙ୍କ ଉଦ୍ଦେଶ୍ୟରେ ସହର ଶତାଧିକ ବ୍ୟବସାୟୀ ମାନେ ନଗର ପରିକ୍ରମା କରି ବନ୍ଦେ ମାତାରମ୍, ଶହିଦ ଯବାନ ଅମର ରହେ, ହିନ୍ଦୁସ୍ଥାନ ଜିନ୍ଦାବାଦ ସହ ପାକିସ୍ଥାନ ମୁର୍ଦ୍ଦାବାଦର ନାରା ଦେଇଥିଲେ ।

Udyog Nursery
Udyogi Nursery

ସେହିପରି ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରି ରାୟଗଡାର ବିଭିନ୍ନ ସଂଗଠନଗୁଡିକ ପକ୍ଷରୁ ଆୟୋଜିତ ହୋଇଥିବା ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମ ଗୁଡିକରେ ବଣିକ ସଂଘ ତରଫରୁ ବ୍ୟାପକ ସମର୍ଥନ କରାଯାଇଛି । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ବ୍ୟବସାୟିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.