ଲାଞ୍ଜିଗଡ଼: ମହିଳା ହିତାଧିକାରୀଙ୍କ ଆଧାର କାର୍ଡରେ ପଡିଲା ୫୭ ଲକ୍ଷ ୮୨ ହଜାର

● ୧୦ ଥର ପଇସା ଉଠାଇଲା ପରେ ଜାଣିଲା ବ୍ୟାଙ୍କ

● ଜିପି ଏକାଉଣ୍ଟକୁ କିପରି ହେଲା ବ୍ୟକ୍ତିଗତ ଏକାଉଣ୍ଟକୁ ଆଧାର ଲିଙ୍କ?

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗତ ବ୍ଳକ ବନ୍ଧପାରି ଗ୍ରାମ ଛକ ପଡାର ମୋହନ ହରପାଲଙ୍କ ସ୍ତ୍ରୀ ରୁକ୍ମଣୀ ହରପାଲଙ୍କ ଆଧାର କାର୍ଡରେ ବିପୁଳ ପରିମାଣରେ ଅର୍ଥ ରାଶି ଜମା ହୋଇଥିବା ଅଭିଯୋଗ ହୋଇଛି। ଏବିଷୟରେ ଗତ ଜୁଲାଇ ୨୫ ତାରିଖରେ ମହିଳା ଜଣଙ୍କ ଜାଣି ପାରିଥିଲେ। ଏହାପରେ ମହିଳାଙ୍କ ଆଧାର କାର୍ଡକୁ ଗ୍ରାହକ ସେବା କେନ୍ଦ୍ରର ଆନନ୍ଦ ଅଗ୍ରୱାଲ ୧୮ ଦିନ ରଖି ମହିଳାଙ୍କୁ ଫେରାଇଛନ୍ତି।

Omkar Vasthu
Omkar Vasthu

ସୂଚନା ଅନୁସାରେ ଲାଞ୍ଜିଗତ ବ୍ଳକ ବନ୍ଧପାରି ଗ୍ରାମର ମୋହନ ହରପାଲ ଙ୍କ ସ୍ତ୍ରୀ ରୁକ୍ମଣୀ ହରପାଲଙ୍କ ଆଧାର କାର୍ଡ ନଂ ୪୮୫୭୦୦୮୮୭୫୭୦ ରେ କିଛି ମାସ ହେଲା ୫୭ ଲକ୍ଷ ୮୨ ହଜାର ୮ ଶହ ୧୦ ଟଙ୍କା ୨୫ ପଇସା ପଡିଥିବା ବେଳେ ଗତ ଜୁଲାଇ ୨୫ ତାରିଖରେ ରୁକ୍ମଣୀ ଜାଣି ପାରି ଥିଲେ। ସେ ଢେଡ଼ ବର୍ଷ ହେଲା ଆବାସ ଯୋଜନାରେ ଘର ପାଇଥିଲେ। ପ୍ରଥମେ କିସ୍ତିରେ ୩୦ ହଜାର, ଦ୍ୱିତୀୟ କିସ୍ତି ୪୦ ହଜାର ଟଙ୍କା, ତୃତୀୟ କିସ୍ତି ୩୦ ହଜାର ଟଙ୍କା ଉଠାଇଥିଲେ। ଘର ନିର୍ମାଣ ଶେଷ ହେବାରୁ ଫାଇନାଲ ବିଲ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ। ଫାଇନାଲ ବିଲ ଟଙ୍କା ଆଧାର ଲିଙ୍କରେ ଛଡା ଯାଇଛି ବୋଲି ରୁକ୍ମଣୀଙ୍କୁ କୁହାଯାଇଥିଲା। ଜୁଲାଇ ୨୧ ତାରିଖ ଦିନ ଲାଞ୍ଜିଗଡ଼ ଆସି ବାପୁ ଇଣ୍ଟରନେଟ କମନ ସର୍ଭିସ ସେଣ୍ଟରରେ ୧୦ ହଜାର ଟଙ୍କା ଉଠାଇ ଥିଲେ। ପରେ ଲାଞ୍ଜିଗଡ଼ର ଆନନ୍ଦ ଅଗ୍ରୱାଲଙ୍କ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଜୁଲାଇ ୨୧ ତାରିଖରୁ ୨୪ ପର୍ଯ୍ୟନ୍ତ ଲଗାତାର ୯ ଥର ୯୦ ହଜାର ଟଙ୍କା ଉଠାଇ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରୁକ୍ମଣୀଙ୍କ ଝିଅ ତାମିଲନାଡୁକୁ ବର୍ଷେ ହେଲା ଦାଦନ ଖଟିବାକୁ ଯାଇଥିବା ବେଳେ ପୁଅ ୭ ମାସ ହେଲା କେରଳକୁ ଦାଦନ ଖଟିବାକୁ ଯାଇଛନ୍ତି। ରୁକ୍ମଣୀ ତାଙ୍କ ଝିଅ ପୁଅ ପଇସା ପଠେଇ ଦେଇଥିବା ନେଇ ସନ୍ଦେହରେ ପଇସା ଉଠେଇ ଥିବା କହିଛନ୍ତି। ଜୁଲାଇ ୨୫ ତାରିଖ ଦିନ ଆଧାର କାର୍ଡ ଧରି ଲାଞ୍ଜିଗଡ଼ ଶ୍ରୀ ଅଗ୍ରୱାଲଙ୍କ ସେବା କେନ୍ଦ୍ରକୁ ଯାଇ ଏକାଉଣ୍ଟରେ କେତେ ପଇସା ଅଛି ଯାଞ୍ଚ କରିଥିଲେ। ଏହା ପରେ ଜଣା ପଡିଲା ଯେ, ଲାଞ୍ଜିଗଡ ବ୍ଳକ ଗୁଣ୍ଡରି ପଞ୍ଚାୟତର ଏକାଉଣ୍ଟ ପଇସା ତାଙ୍କ ଆଧାର କାର୍ଡ ଦ୍ବାରା ଆସିଛି। ଏହା ପରେ ରୁକ୍ମଣୀ ଭୟଭୀତ ହୋଇ ଆଧାର କାର୍ଡକୁ ଶ୍ରୀ ଅଗ୍ରୱାଲ ନିକଟରେ ହିଁ ଛାଡି ଦେଇଥିଲେ। ତା ପର ଦିନ ୨୬ ତାରିଖରେ ନିଜ ଜୋଇଁ ରାଜେନ୍ଦ୍ର ନାଏକଙ୍କ ସହିତ ଲାଞ୍ଜିଗଡ଼ ଷ୍ଟେଟ ବ୍ୟାଙ୍କ ମ୍ୟାନେଜରକୁ ଯାଇ ସବୁକଥା କହି ଥିଲେ। ପରେ ଏକାଉଣ୍ଟକୁ ହୋଲଡ଼ କରାଯାଇଛି।

ଏନେଇ ଗୁଣ୍ଡରି ଗ୍ରାମ ପଞ୍ଚାୟତ ପିଇଓ ବିଘ୍ନରାଜ ମୁଣ୍ଡଙ୍କୁ ପଚାରିବାରୁ ଆମେ ଷ୍ଟେଟ ବ୍ୟାଙ୍କକୁ ଚିଠି କରିଛୁ ବ୍ୟାଙ୍କ ପ୍ରସେସିଂ ଚାଲିଛି ବୋଲି କହିଛନ୍ତି। ୨୦୧୭ ମସିହାରେ ଆଧାର ଲିଙ୍କ କରିବା ସମୟରେ ବ୍ୟାଙ୍କ ଜିପି ଏକାଉଣ୍ଟକୁ ବ୍ୟକ୍ତିଗତ ଏକାଉଣ୍ଟକୁ ଆଧାର ଲିଙ୍କ କରାଯାଇଥିବାକୁ ଏଭଳି ସମସ୍ୟା ହୋଇଛି। ବର୍ତ୍ତମାନ ଗରିବ ହିତାଧିକାରୀଙ୍କ ଠାରୁ ବ୍ୟାଙ୍କ କିପରି ଭାବରେ ଟଙ୍କା ଆଦାୟ କରିବା ଚର୍ଚ୍ଚା ହେଉଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.