● ପୂର୍ବତଟ ରେଳପଥ ପକ୍ଷରୁ ଜାରି ହେଲା ସୂଚନା
ଭୁବନେଶ୍ୱର: କରୋନା ସଂକଟ କାଳରେ ବନ୍ଦ ହୋଇଥିବା ପୁରୀ-ଦୁର୍ଗ-ପୁରୀ ସ୍ବତନ୍ତ୍ର ଟ୍ରେନ୍(୦୮୪୨୫/୦୮୪୨୬) ପୁଣିଥରେ ଚଳାଚଳ କରିବ। ଏହି ଟ୍ରେନ ବନ୍ଦ ହୋଇଯାଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆସନ୍ତା ଅଗଷ୍ଟ ୨୧ ତାରିଖରୁ ଏହା ପୁରୀରୁ ଓ ୨୨ ତାରିଖଠାରୁ ଦୁର୍ଗରୁ ଛାଡ଼ିବ ବୋଲି ସୂଚନା ମିଳିଛି। ଟ୍ରେନ୍ ସମୟ ଓ ରହଣି ଷ୍ଟେସନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଟ୍ରେନ୍ ନିୟମିତ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।