ରାୟଗଡାରେ ୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ଶହିଦ ଯବାନଙ୍କ ପାଇଁ କ୍ୟାଣ୍ଡଲ ଶୋଭାଯାତ୍ରା ଓ ଶ୍ରଦ୍ଧାଂଜଳି ଜ୍ଞାପନ

ରାୟଗଡା,୧୮/୨ : କାଶ୍ମୀର ପୁଲଓ୍ୱାମା ଠାରେ ଆତଙ୍କବାଦୀ ପକ୍ଷରୁ ସିଆରପିଏଫ ଯବାନମାନଙ୍କୁ ଟାର୍ଗେଟ କରି ଯେଉଁ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା ସେଥିରେ ୪୨ଜଣ ସିଆରପିଏଫ ଯବାନ ଶହିଦ ହୋଇଥିବା ବେଳେ ଓଡିଶାର ଦୁଇଜଣ ଯବାନ ମଧ୍ୟ ଶହିଦ ହୋଇଛନ୍ତି । ସାରା ଦେଶ ଏହି ଆକ୍ରମଣକୁ ନିନ୍ଦା କରୁଥିବା ବେଳେ ଯଥାଶୀଘ୍ର ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ଥାନକୁ ଜବାବ ଦିଆଯାଉ ବୋଲି ଦେଶବାସୀ ଚାହୁଁଛନ୍ତି ।

Omkar Vasthu
Omkar Vasthu

ଏହି ପରିପ୍ରକ୍ଷୀରେ ଆଜି ଅପରାହ୍ନରେ ୩୨୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଗଜପତି ଛକ ଠାରୁ ବ୍ଲକ କାର୍ଯ୍ୟାଳୟ ରାସ୍ତା ଦେଇ ସିଆରପିଏଫ ଯବାନ ଓ ଅଧିକାରୀମାନେ ଏକ ବିଶାଳ କ୍ୟାଣ୍ଡଲ ଶୋଭାଯାତ୍ରାରେ ବାହାରି ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡକ୍ବାର୍ଟସରେ ପଂହଚିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ଶୋଭାଯାତ୍ରାରେ “ଭାରତ ମାତା କି ଜୟ, ବନ୍ଦେ ମାତାରମ୍, ଶହିଦ ଯବାନ ଅମର ରହେ” ସ୍ଲୋଗାନରେ କମ୍ପି ଉଠିଥିଲା ଅଂଚଳ । ଏଥିରେ ରାଷ୍ଟ୍ରିୟ ମାନବାଧିକାର ପରିଷଦ, ରାୟଗଡା ବଣିକ ସଂଘ ଓ ଜନସାଧାରଣ ସାମିଲ ହୋଇଥିଲେ ।

Udyog Nursery
Udyogi Nursery

୪ର୍ଥ ବାଟାଲିୟନର ସେକେଣ୍ଡ ଇନ୍ କମାଣ୍ଢଡେଂଟ ଏସ.କେ. ଠାକୁର, ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ଅଶୋକ ପି.ଏମ, ରାମ ନିବାସ ତ୍ୟାଗି, ଭାରପ୍ରାପ୍ତ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ମହାନ୍ତି, ନାଟ୍ୟକାର ଡଃ.ନରେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ପ୍ରସାଦ ଟେକ୍ନୋ ସ୍କୁଲ ଓ ସେଂଟ ଜାଭିୟର ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମକବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଯେଉଁ ଆତଙ୍କବାଦି ଆକ୍ରମଣ କରଯାଇଥିଲା ତାହାର ମାଷ୍ଟର ମାଇଣ୍ଡକୁ ଆଜି ସେନା ପକ୍ଷରୁ ନିହତ କରାଯାଇଥିବା ନେଇ ସେକେଣ୍ଡ ଇନ୍ କମାଣ୍ଡଡେଂଟ ଶ୍ରୀ ଠାକୁର ସୂଚନା ଦେଇଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.