ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଅଭିନବ ପ୍ରୟାସ: ୟୁଟ୍ୟୁବ କ୍ଲାସର ସିଧା ପ୍ରସାରଣ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱର ଶିକ୍ଷା ବ୍ୟବସ୍ଥାରେ ପାଠ ପଢା କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡିଶା ସରକାର ପକ୍ଷରୁ ଛାତ୍ରଛାତ୍ରୀଙ୍କ ପଢ଼ାପଢ଼ିକୁ ନେଇ ୟୁ ଟ୍ୟୁବ କ୍ଳାସର ସିଧା ପ୍ରସାରଣ କରାଯାଇ, ଏକ ଅଭିନବ ପ୍ରୟାସ କରାଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାକୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାକୁ ଚଳିତ ମାସରେ ତୃତୀୟ ଶ୍ରେଣୀ ଇଂରାଜୀ, ଷଷ୍ଠ ଶ୍ରେଣୀ ଗଣିତ, ନବମ ଶ୍ରେଣୀ ଗଣିତ , ଜ୍ୟାମିତି, ଇତିହାସ, ଦଶମ ଇତିହାସ ବିଷୟରେ ପଢ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

Omkar Vasthu
Omkar Vasthu


ଏହି କ୍ଳାସ ସକାଳ ୯.୩୫ ରେ ଆରମ୍ଭ ହେଉଛି।ଏଥିପାଇଁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା ପ୍ରାଥମିକ ସ୍ତରରେ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବିଶ୍ବାଳ, ଶ୍ରୀଯୁକ୍ତ ମନ୍ମଥ ମିଶ୍ର, ଶ୍ରୀଯୁକ୍ତ ବିଶ୍ୱଜିତ ବେହେରା, ଶ୍ରୀଯୁକ୍ତ ଶୁଭେନ୍ଦୁ ପଣ୍ଡା, ଶ୍ରୀମତି ମିନତୀ କୁମାରୀ ପ୍ରଧାନ, ଶ୍ରୀଯୁକ୍ତ ଭଗବାନ ବେହେରା, ଶ୍ରୀଯୁକ୍ତ ତୁଷାର କାନ୍ତ ପଣ୍ଡା, ଶ୍ରୀଯୁକ୍ତ ସତ୍ୟନାରାୟଣ ବିଶ୍ଵାଳ, ଶ୍ରୀଯୁକ୍ତ ସଦାନନ୍ଦ ଠେଲା, ଶ୍ରୀମତୀ ସରିତା ସାହୁ, ଶ୍ରୀମତୀ ସୁନିତା କୃପ, ଶ୍ରୀଯୁକ୍ତ ଅରୁଣ କୁମାର ମୁଣ୍ଡ ଏବଂ ଉଚ୍ଚ ବିଦ୍ୟାଳୟ ପାଇଁ ଶ୍ରୀଯୁକ୍ତ ବିଜୟା ନନ୍ଦ ହୋତା, ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଆଚାର୍ଯ୍ୟ ଶ୍ରୀମତୀ ପ୍ରଣତି ମହାପାତ୍ର, ଶ୍ରୀଯୁକ୍ତ ଯୁଧିଷ୍ଠିର ମୁଦୁଲି ପ୍ରମୁଖ ଶିକ୍ଷ୍ୟାଦାନ କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବୁଧବାର ସକାଳ ୯.୩୫ ସମୟରେ ଷଷ୍ଠ ଶେଣୀ ଗଣିତ ବହିର ତୃତୀୟ ଅଧ୍ୟାୟର ଜ୍ୟାମିତିର ମୌଳିକ ଧାରଣା ପ୍ରସଙ୍ଗର ପ୍ରଥମ ଭାଗ ଶିକ୍ଷା ଦାନ କରିଥିଲେ ନର୍ଲା ବ୍ଲକର ଅଭିଜ୍ଞ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବିଶ୍ବାଳ। ଏଥିରେ ପେଡାଗୋଜି ସହଯୋଗ ନିମନ୍ତେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଆଲେକଜାଣ୍ଡାର ଫିଲିପ ଓ ସିଆରସିସି ଶ୍ରୀଯୁକ୍ତ ଅଜିତ କୁମାର ପ୍ରଧାନଙ୍କୁ ନିୟୋଜିତ କରାଯାଇଛି।ମୁଖ୍ୟ ଟେକ୍ନିସିଆନ ଜିଲ୍ଲାର ଏମ.ଆଇ.ଏସ. ଶ୍ରୀଯୁକ୍ତ ସୌମେନ୍ଦ୍ର ନାଥ ପଟ୍ଟନାୟକ ତୁଲାଉଥିବା ବେଳେ ତାଙ୍କୁ ସହଯୋଗ କରୁଛନ୍ତି ଶ୍ରୀ ଯୁକ୍ତ ମନୋଜ କୁମାର ସାହୁ ଏବଂ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବିଶ୍ବାଳ ।

ଶ୍ରୀଯୁକ୍ତ ସୁଶାନ୍ତ କୁମାର ଚୋପଦାର, ଡିଇଓ କଳାହାଣ୍ଡିଙ୍କ ତତ୍ୱାବଧାନରେ, ଏଡିଇଓ ଶ୍ରୀଯୁକ୍ତ ଟେମଲାଲ ଦୁବେଙ୍କ ପ୍ରତକ୍ଷ୍ୟ ନିରୀକ୍ଷଣରେ ପେଡାଗୋଜି ସଂଯୋଜିକା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଦାସଙ୍କ ସହଯୋଗରେ ଏବଂ ଶ୍ରୀଯୁକ୍ତ ପ୍ରଭତ ରଞ୍ଜନ ସାହୁଙ୍କ ଷ୍ଟୁଡିଓ ପରିଚାଳନାରେ ଏହି ୟୁଟୁବ ଶ୍ରେଣୀ ପରିଚାଳନା କରାଯାଉଛି। ମହାମାରୀ କରୋନା ଯୋଗୁଁ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇ ପଡ଼ିଥିବା ବେଳେ ଛାତ୍ର ଛାତ୍ରୀଙ୍କ ପାଠପଢା ଏକ ପ୍ରକାର ଠପ ହୋଇ ପଡ଼ିଥିଲା । ଏପରି ସମୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ୟୁଟ୍ୟୁବ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ ପଦ୍ଧତିକୁ ଜିଲ୍ଲା ର ବିଭିନ୍ନ ମହଲରେ ଭୁୟସୀ ପ୍ରସଂଶା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.