ସନ୍ଦୁଲ ନଦୀରେ ଭାସିଗଲେ ୩ ଛାତ୍ରୀ, ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

ଲାଞ୍ଜିଗଡ଼: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏବେ ସନ୍ଦୁଲ ନଦୀର ଜଳସ୍ତର ବୃଦ୍ଧି ପାଇଛି। ପ୍ରଖର ସ୍ରୋତରେ ପାଣି ବହୁଥିବା ବେଳେ ସ୍କୁଲରୁ ଫେରୁଥିବା ୩ ଜଣ ଛାତ୍ରୀ ନଦୀ ପାର ହେବା ସମୟରେ ଭାସି ଯାଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହି ଅଭାବନୀୟ ଘଟଣା ହେଉଛି ଲାଞ୍ଜିଗଡ଼ ବ୍ଳକ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଲକଟାଖମନରୁ ପାଣିମୁଣ୍ଡାକୁ ସଂଯୋଗ କରୁଥିବା ସନ୍ଦୁଲ ନଦୀର ଦୃଶ୍ୟ।

Omkar Vasthu
Omkar Vasthu


ପାଣିମୁଣ୍ଡାରୁ ଲକଟାଖମନ ଭୟା ମଧୁପୁର ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ନିର୍ମାଣ ସହିତ ସନ୍ଦୁଲ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି। ତେବେ ସନ୍ଦୁଲ ନଦୀ ଉପରେ ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ଲୋକଙ୍କ ପାଇଁ କାଳ ସାଜିଛି। ଲୋକେ ବାଧ୍ୟ ହୋଇ ନଦୀ ପାଣି ଭିତର ଦେଇ ପାରି ହେଉଥିବା ସମୟରେ ଏମିତି ଛୋଟ ବଡ ଦୁର୍ଘଟଣା ଘଟୁଛି। ତେଣୁ ଅତିଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ଦାବି ହୋଇଛି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ) ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.