ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ସଂର୍ପକୀତ କର୍ମଶାଳ

● ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡି କଲେଜର ସାମଗ୍ରୀକ ବିକାଶ କରିବା ଅଭିଯାନର ଲକ୍ଷ୍ୟ : ଅଧ୍ୟକ୍ଷ

ରାୟଗଡ, (ଶିବ ନାରାୟଣ ଗୈାଡ): “ମୋ କଲେଜ ଅଭିଯାନ’ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପରିକଳ୍ପନା । କଲେଜକୁ ସେମାନଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଯୋଡିବା ଏବଂ ସେ ଅଂଚଳର ବୁଦ୍ଧିଜୀବି ଓ ସମସ୍ତଙ୍କ ସହଯୋଗରେ କଲେଜର ସାମଗ୍ରୀକ ବିକାଶ କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି ମୋ କଲେଜ ଅଭିଯାନର ଅଧ୍ୟକ୍ଷ ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ ରାୟଗଡ ସ୍ୱଂୟ ଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ‘ମୋ କଲେଜ ଅଭିଯାନ’ ସଂର୍ପକୀତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହ ମୋ କଲେଜ ଅଭିଯାନ ଅନ୍ତର୍ଗତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ୮୦୦ଟି ବିଭିନ୍ନ କଲେଜ ସାମିଲ ହୋଇଥିବା ପ୍ରକାଶ କରିବା ସହ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟକୁ ମୋ କଲେଜ ଅଭିଯାନ ମାଧ୍ୟମରେ କିପରି ଭାବେ ଏକ ଆଦର୍ଶ କଲେଜ ରୂପେ ପରିଣତ କରିବା ଏବଂ ଆଗାମୀ ଦିନରେ ଏହି ଅଭିଯାନର କାର୍ଯ୍ୟକାରିତା, କାର୍ଯ୍ୟପନ୍ଥା ଓ ଭିଜନ୍ କିପରି ହେବ ସେ ସଂର୍ପକରେ ଆଲୋଚନା ହୋଇଥିଲା ବୋଲି ଅଧ୍ୟକ୍ଷ ଶ୍ରୀ ଦାସନାୟକ ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu


ଏହି କର୍ମଶାଳାରେ ପରିଚାଳନା ଆୟୋଗର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ସଫଳ ହୋଇ କଲେଜ ବିକାଶରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଭି.ଆର.ରତ୍ନଶ୍ରୀ, ପ୍ରଧ୍ୟାପକ ଡଃ. ଆର.କେ. ପଣ୍ଡିତ, ପ୍ରଧ୍ୟାପକ ଡଃ. ପି.କେ. ଗନ୍ତାୟତ ପ୍ରମୁଖ ମଂଚାସୀନ ହୋଇ ‘ମୋ କଲେଜ ଅଭିଯାନ’ସଂର୍ପକୀତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ କଲେଜର ପୁରାତନ ଛାତ୍ର, ପରିଚାଳନାର ସଭ୍ୟସଭ୍ୟା, ଶିକ୍ଷକ ଓ ଅଣଶିକ୍ଷକମାନେ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । କର୍ମଶାଳା ପରିଶେଷର ଡଃ. ପି.କେ.ସାମନ୍ତରାଏ ଧନ୍ୟବାଦ ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.