କଳାହାଣ୍ଡି,୧୮/୨: ଜମ୍ମୁ କଶ୍ମୀରର ପୁଲୱାମାଠାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମର ଯୁବ ମୋର୍ଚା ତରଫରୁ ଏକ ଶୋକସଭାର ଆୟୋଜନ କରାଯାଇଛି ।
ଆଜି ସଂଦ୍ଧ୍ୟାରେ ସ୍ଥାନୀୟ ରାମ ମନ୍ଦିରରୁ ଯୁବ ମୋର୍ଚାର ସଦସ୍ୟ ତଥା ଗ୍ରାମବାସୀ ଏକ କେଣ୍ଡେଲ ରେଲି ରେ ବାହାରି ପଞ୍ଚାୟତ ପାଖ ମୂଖ୍ୟ ରାସ୍ତା ଉପରେ ପହଞ୍ଚିଥିଲେ। ବୀର ଯବାନମାନଙ୍କ ଆତ୍ମାର ସଦଗତି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଂଗେସଂଗେ ସମବେତ ନୀରବ ପ୍ରାର୍ଥନା କରାଯାଇଥିଲା ।