ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଏବେ ଶିକ୍ଷା ବିଭାଗର ଦୁର୍ନୀତିଖୋରମାନଙ୍କ ଆଡ୍ଡାସ୍ଥଳୀ ଭାବେ ପ୍ରମାଣିତ ହୋଇଛି। ବ୍ଲକରେ ଏକମାତ୍ର ଉଚ୍ଚଶିକ୍ଷାର ମାଧ୍ୟମ ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ମହା କେଳେଙ୍କାରୀରେ ଛନ୍ଦି ହୋଇଥିବାବେଳେ ଶହଶହ ଗରିବ ଆଦିବାସୀ ଓ ଅନୁସୂଚିତ ବର୍ଗର ଛାତ୍ରଛାତ୍ରୀଙ୍କଠାରୁ କୋଟିକୋଟି ଟଙ୍କା ହଡ଼ପ କରି ଫେରାର ସାଜିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ। ତାଙ୍କ ବିରୁଦ୍ଧରେ ବିଶ୍ବନାଥପୁର ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତିିନିଜଣିଆ ଅଡ଼ିଟ୍ ଟିମ୍ ମଧ୍ୟ ମହାବିଦ୍ୟାଳୟ ଗସ୍ତ କରିଛନ୍ତି। ସେହିପରି ବ୍ଲକର ବନ୍ଧପାରୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ଦଳେଇ ଓ ତାଙ୍କ ଶିକ୍ଷକ ସ୍ବାମୀ ସୁବାସ ନାୟକ ମିଳିତ ଭାବରେ ପ୍ରତି ପିଲାମାନଙ୍କଠାରୁ ୩ ହଜାର ଟଙ୍କା ଲେଖାଏଁ ସ୍କୁଲ କୋଠରୀ ନିର୍ମାଣ ଆଳରେ ଆଦାୟ କରିଥିଲେ। ଅଭିଯୋଗ ହେବାର ସପ୍ତାହେରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡି, ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛି। ସେହିପରି ନର୍ଲା ବ୍ଲକ ପଲମ ଗ୍ରାମ ପଞ୍ଚାୟତ ମହଗାଁରେ ଅନୁସୂଚିତ ଜାତିଙ୍କ ଚାଷ ଜମିରେ ସବର୍ଣ୍ଣମାନେ ଗାଈ ଚରାଇ ଚାଷ ନଷ୍ଟ କରିଥିବା ସମସ୍ୟା ସଂପର୍କରେ ମଧ୍ୟ ଜିଲ୍ଲାପାଳ ଡ଼ଃ. ଗାଭାଲି ପରାଗ ହର୍ଷଦଙ୍କ ସହିତ ତାଙ୍କ କାର୍ଯ୍ୟାଳୟରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ। ଆଲୋଚନା ପରେ ଶିକ୍ଷା ବିଭାଗର ଏଇ ଦୁର୍ନୀତି ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରାଯିବ ବୋଲି ଆଶ୍ବାସନା ଦେଇଥିଲେ କଳାହାଣ୍ଡି ଜିଲ୍ଲାପାଳ। ଏଇ ପ୍ରତିନିଧି ଦଳରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ସାଧାରଣ ସଂପାଦକ ଯତୀନ୍ଦ୍ର କର, ସକ୍ରିୟ ସଦସ୍ୟ ହରିହର କୁମାର, ଅଭିଜିତ କର, ଗୋପାଳଦାସ ମହାନନ୍ଦ, ଗୋବିନ୍ଦ ତାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.