ଏଲପିଜି ବଟଲିଂ ପ୍ଳାଂଟ ଏବଂ ରେଳବାଇ ଫୁଟ୍ ୍ଓଭରବ୍ରିଜକୁ ନେଇ ସାମ୍ବାଦିକ ସମ୍ମିଳନୀ

ରାୟଗଡା,୧୮/୨: ରାଜ୍ୟର ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଓଡିଶାରେ ଏଲପିଜିର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନ ନବରତ୍ନ ପିଏସୟୁ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ) ଓଡିଶା ରାୟଗଡା ଜିଲ୍ଳା ସଦର ମହକୁମା ଠାରୁ ମାତ୍ର ୫କିଲୋମଟିର ଦୂରରେ ଥିବା ପିତାମହଲର ଆଇଆଇଡି କେନ୍ଦ୍ର ଠାରେ ଏକ ଏଲପିଜି ବଟଲିଂ ପ୍ଳାଂଟ ନିର୍ମାଣ କରିବା ପାଇଁ ଯୋଜନା କରିଛି । ଏହି ପ୍ଳାଂଟ ୨୧ଏକର ପରିସୀମା ପରିବ୍ୟାପ୍ତ ଏବଂ ଏହାର ବାର୍ଷିକ ସିିଲିଣ୍ଡର ଫିଲିଂ କ୍ଷମତା ୪୨ଲକ୍ଷ ସିଲିଣ୍ଡର ରହିବ ଏବଂ ୨୦୨୦ ମସିହା ସେପ୍ଟେମ୍ବର ସୁଦ୍ଧା ଏହି ପ୍ଳାଂଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି । ରାୟଗଡା ଠାରେ ଏହି ବଟଲିଂ ପ୍ଳାଂଟ କାର୍ଯ୍ୟକ୍ଷମ ହେବା ପରେ ଓଡିଶାର ବଲାଙ୍ଗିର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡା ଏବଂ ନୂଆପଡା ଆଦି ୧୧ଟି ଜିଲ୍ଳାର ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଣ କରାଯିବ ଏବଂ ୨୦୧୪ ମସିହାରେ ଥିବା ମାସିକ ୧.୦୬ଲକ୍ଷ ରୁ ୨୦୧୯ ସୁଦ୍ଧା ମାସିକ ୨.୦୬ଲକ୍ଷ ଏଲପିଜି ଚାହିଦାକୁ ପୂରଣ କରିବା ନିମନ୍ତେ ଏହି ଏଲପିଜି ବଟଲିଂ ପ୍ଳାଂଟ ୧୧ଟି ଜିଲ୍ଳାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାୟଗଡା ଠାରେ ରବିବାର ଅପରାହ୍ନରେ ସ୍ଥାନୀୟ ହୋଟେଲ ସାଇ ଇଂଟରନ୍ୟାସନାଲ ସମ୍ମିଳନୀ କକ୍ଷରେ ଏଚପିସିଏଲ ଓ ପୂର୍ବତଟ ରେଳବାଇର ମିିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏଚପିସିଏଲ ର ଡିଜିଏମ ଧର୍ମେନ୍ଦ୍ର ବେହୁରା ସୂଚନା ଦେଇଥିବା ବେଳେ ଏହି ପ୍ଳାଂଟ ଦ୍ୱାରା ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କହିଥିଲେ । ସେହିପରି ଆଦର୍ଶ ରେଳବାଇ ଷ୍ଟେସନ ଭାବେ ପରିଗଣିତ ହେଉଥିବା ରାୟଗଡା ରେଳବାଇ ଷ୍ଟେସନର ପ୍ଳାଟଫର୍ମ ୧ ରୁ ୨କୁ ସୁବିଧାରେ ଯାତ୍ରୀମାନେ ଓ ବିଶେଷ କରି ଦିବ୍ୟାଙ୍ଗମାନଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ୨କୋଟି ୪୪ଲକ୍ଷ ଟଙ୍କା ବ୍ୟୟରେ ଫୁଟ୍ ଓଭରବ୍ରିଜ ନିର୍ମାଣ କରାଯାଇଛି ବୋଲି ପୂର୍ବତଟ ରେଳବାଇ ୱାଲଟର୍ ଡିଭିଜନର ଡିଭିଜିନାଲ କମର୍ସିଆଲ ମ୍ୟାନେଜର ଏଲ.ଅଶୋକ ରାଓ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ରାୟଗଡା ରେଳ ଷ୍ଟେସନରେ ପୂର୍ବରୁ ପ୍ଳାଟଫର୍ମ ୧ରୁ ୨ଓ୩କୁ ଯିବା ଆସିବା କରିବା ପାଇଁ ଗୋଟିଏ ସିଡି ଫୁଟ୍ ଓଭରବ୍ରିଜ ରହିଥିଲା । ଫଳରେ ବରିଷ୍ଠ ନାଗରିକ,ଦିବ୍ୟାଙ୍ଗମାନେ ଯାତାୟାତ କରିବା କଷ୍ଟକର ହୋଇପଡୁଥିଲା । ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏହା ନିର୍ମାଣ କରାଯାଇଛି । ତେବେ ଏଲପିଜି ବଟଲିଂ ପ୍ଳାଂଟର ଭିତିପ୍ରସ୍ତର ଏବଂ ଫୁଟ୍ ଓଭର ବ୍ରିଜକୁ ଲୋକାର୍ପିତ କରିବାକୁ ଆସନ୍ତା ଫେବୃୟାରୀ ୧୯ତାରିଖ ଦିନିକିଆ ରାୟଗଡା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସୁଛନ୍ତି । ଏହି ଭିତିପ୍ରସ୍ତର ଓ ଲୋକାର୍ପିତ କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ସାଂସଦ ଝିନ୍ନ ହିକକା ଓ ରାୟଗଡା ବିଧାୟକ ଲାଲବିହାରୀ ହିମିରିକା ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ନେଇ ଜିଲ୍ଳା ବିଜେପି ମହଲରେ ନେତା ଓ କର୍ମୀମାନେ ଉତ୍ସାହିତ ରହିଥିବା ବେଳେ ରାୟଗଡା ସହରର ଅଭିନନ୍ଦନ ହଲ ନିକଟସ୍ଥ ରେଳବାଇ ପଡିଆ ଠାରେ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Omkar Vasthu
Omkar Vasthu

ରାୟଗଡ଼ାରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ୍ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Subscribe us on Youtube👇

http://tiny.cc/odiabarta

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.