ଧର୍ମପରାୟଣ ମହିଳା ଅଙ୍ଗୁରି ଦେବୀଙ୍କ ପରଲୋକ

କେସିଙ୍ଗା, ୨୩|୮ (ବର୍ଦ୍ଧମାନ ଜୈନ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଗ୍ରାମର ସ୍ବର୍ଗତ ହରିକିଶନ ଜୈନଙ୍କ ଧର୍ମପତ୍ନୀ ଅଙ୍ଗୁରି ଦେବୀ ଜୈନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ଅଶିତିପର ବୟସ ହୋଇଥିଲା। ଜଣେ ଧର୍ମପରାୟଣ ଓ ଦୟାଳୁ ସ୍ବଭାବର ଅଙ୍ଗୁରି ଦେବୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉତ୍କେଲା ମାରଓ୍ବାଡି ବ୍ୟବସାୟୀ ସଂଘ ସ୍ବର୍ଗତା ଜୈନଙ୍କ ପରଲୋକରେ ଗଭିର ଶୋକ ପ୍ରକାଶ କରିବାସହ ଦୋକାନ ବଜାର ସବୁ ବନ୍ଦ କରି ଦେଇଥିଲେ। ଦେହାନ୍ତ ସମୟରେ ତାଙ୍କର ପାଞ୍ଚ ପୁଅ ବିନୋଦ ଜୈନ, ଜୟ କୁମାର ଜୈନ, ପବନ କୁମାର ଜୈନ, ବିମଲ ଜୈନ, ଶ୍ରବଣ ଜୈନଙ୍କ ସହ ସପରିବାର ଉପସ୍ଥିତ ରହିଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠ ପୁତ୍ର ବିନୋଦ ଜୈନ ମୁଖାଗ୍ନି ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.