ଭୁବନେଶ୍ୱର: ସୁପରିଚିତା ଲେଖିକା, ସଙ୍ଗଠିକା ଶ୍ରୀମତୀ ଅମ୍ବିକା ସ୍ବାଇଁଙ୍କ ଶିଶୁ କବିତା ପୁସ୍ତକ ‘ଆସ ଗଢିବା ସ୍ବପ୍ନ ର ଦେଶ’ ଲୋକାର୍ପିତ ହୋଇ ଯାଇଛି। ପବିତ୍ର ଗଣେଶ ଚତୁର୍ଥୀର ଶୁଭ ଅବସରରେ ଆଭାସୀ ମାଧ୍ୟମରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ସମାରୋହରେ ବରିଷ୍ଠ ସାହିତ୍ୟିକ ପ୍ରାକ୍ତନ ଆରକ୍ଷୀ ମହାନିର୍ଦେଶକ ବିପିନ ବିହାରୀ ମିଶ୍ର, ବିଶିଷ୍ଟ ସାହିତ୍ୟିକା ତଥା ଅନୁବାଦିକା ଡ଼ଃ. ଶକୁନ୍ତଳା ବଳିୟାର ସିଂହ, ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ ଡ଼ଃ. ଦିଗରାଜ ବ୍ରହ୍ମା, ବରିଷ୍ଠ ଶିଶୁ ସାହିତ୍ୟିକ,ଶିକ୍ଷାବିତ ତଥା ସମୀକ୍ଷକ ଡ଼ଃ. ବସନ୍ତ କିଶୋର ସାହୁ, ବରିଷ୍ଠ ଶିଶୁ ସହିତ୍ୟିକା ତଥା ନନ୍ଦନକାନନ ପତ୍ରିକାର ସମ୍ପାଦିକା ସରଳା ପତ୍ରି, ବିଶିଷ୍ଟ ସାହିତ୍ୟିକ ରାଜ୍ୟ ଶିଶୁ ସାହିତ୍ୟ ଲେଖକ ସମ୍ମେଳନର ସମ୍ପାଦକ ଡ଼ଃ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଏବଂ ଲେଖିକାଙ୍କର ବଡ ଭାଇ ଓଡ଼ିଶା ଅଗ୍ନିଶମ ବିଭାଗର ସର୍ବୋଚ୍ଚ ଅଧିକାରୀ ମହେଶ୍ୱର ସ୍ବାଇଁଙ୍କ କର କମଳରେ ଭାଷା ବିଜ୍ଞାନୀ ଡ଼ଃ. ଦେବାଶିଷ ମହାପାତ୍ର ଙ୍କ ସଂଯୋଜନାରେ ପୁସ୍ତକ ଟି ଲୋକାର୍ପିତ ହୋଇ ଯାଇଛି । ସମସ୍ତ ବିଜ୍ଞ ଅତିଥି ଏବଂ ସମୀକ୍ଷକ ଡଃ. ବସନ୍ତ କିଶୋର ସାହୁ ପୁସ୍ତକଟିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି କହିଥିଲେ – ପୁସ୍ତକର ଭାବ ଭାଷା ଶବ୍ଦ ସଂଯୋଜନା ସହିତ ଲେଖା ଗୁଡ଼ିକ ସରଳ ସାବଲୀଳ, ଶିଶୁ ମନ ଉପଯୋଗୀ ଓ ବେଶ ଶିକ୍ଷଣୀୟ ହୋଇ ପାରିଛି। ସୁନ୍ଦର ସମାଜ, ଦେଶ ଗଠନ ପାଇଁ ଏଥିରେ ବାର୍ତ୍ତା ଭରି ରହିଛି। ନିଶ୍ଚିତ ଭାବରେ ପୁସ୍ତକଟି ଆଦୃତି ଲାଭ କରିବ ବୋଲି ମତବ୍ୟକ୍ତ କରି ଥିଲେ। ଲେଖିକା ଅମ୍ବିକା ସ୍ବାଇଁ ପୁସ୍ତକ ଟିର ଲେଖକୀୟ ଆଭିମୁଖ୍ୟ ଅବତାରଣା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ କଣ୍ଠଶିଳ୍ପୀ ରୁଦ୍ର ରୁପା ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ। ଏହି ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତି ଯଥା; ସୁକୁମାର ସାମଲ, କିଶୋର ଚନ୍ଦ୍ର ସ୍ୱାଇଁ, ଜ୍ଞାନଚାନ୍ଦ ଶତପଥୀ ଡ଼ଃ. ସୁଷମା ମିଶ୍ର, ଅଶୋକ ସାମନ୍ତ, ବିପିନ ବିହାରୀ ଦଳାଇ,ବ୍ରହ୍ମାନନ୍ଦ ବିଶ୍ୱାଳ, ସୌଭାଗିନୀ ମହାପାତ୍ର, ଡଃ. ଶଶୀଭୂଷଣ ମହାପାତ୍ର, ଡଃ. ରଶ୍ମି ଦାସ,ଅଲେଖ ଚନ୍ଦ୍ର ରାଉତ, ପ୍ରଦୀପ କୁମାର ସାହୁ, ଅରୁଣ କୁମାର ମହାନ୍ତି, ସବ୍ୟସାଚୀ ବିଶୋଇ, ବାଉରୀ ବନ୍ଧୁ ଲେଙ୍କା ସୌମ୍ୟରଂଜନ ଦାଶ, ପୂର୍ଣ୍ଣ ପଟ୍ଟନାୟକ, ସୁଷମା ପରିଜା, ମମତା ବାରିକ, ଅନିମା ପଟ୍ଟନାୟକ, ଜୟଶ୍ରୀ ପଟ୍ଟନାୟକ, ପୁଷ୍ପାଞ୍ଜଳି ପଣ୍ଡା, ମଞ୍ଜୁଲତା ସିଂ, ସୁଷମା ଲେଙ୍କା, ଗୀତା ଦାସ, ବିରଜା ଦେବୀ ପ୍ରଭୁତି ଉପସ୍ଥିତ ରହି ଶୁଭେଛା ବାର୍ତ୍ତା ପ୍ରଦାନ କରି ଥିଲେ।