ସାମ୍ବାଦିକଙ୍କ ଘରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଗାୟବ, ଚାଲିଛି ତଦନ୍ତ

ନୂଆପଡା: ନୂଆପଡା ସଦର ଦିଅନମୁଣ୍ଡା ଛକ ନିକଟରେ ଥିବା ସାମ୍ବାଦିକ ଅଶ୍ୱିନୀ ପାଣିଗ୍ରାହୀଙ୍କ ଘରୁ କିଛି ଦୁର୍ବୁତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରିକରି ନେଇଛନ୍ତି। ଜାତୀୟ ରାଜପଥ ୩୫୩ କୁ ଲାଗି ଶ୍ରୀ ପାଣିଗ୍ରାହୀଙ୍କ ଘର ଥିବା ବେଳେ ଚୋର ମାନେ ଘରେ କେହି ନ ଥିବା ସମୟରେ ଘର କବାଟ ଭାଙ୍ଗି ଭିତରେ ଥିବା ଦୁଇଟି ଆଲମାରୀ ଭାଙ୍ଗି ଚୋରୀ କରିଛନ୍ତି।

Omkar Vasthu
Omkar Vasthu


ପ୍ରକାଶ ଯେ, ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଳନ କରିବା ପାଇଁ ନୂଆପଡା ସହରର ସାମ୍ବାଦିକ ଅଶ୍ୱିନୀ କୁମାର ପାଣିଗ୍ରାହୀ ନିଜ ଗାଁ ବୋଡେ଼ନ ବ୍ଲକ କେରାପଦରକୁ ଗତ ୧୧ ତାରିଖ ସକାଳେ ସପରିବାର ଯାଇଥିଲେ। ତେବେ ନୂଆଖାଇ ସାରି ଆଜି ସକାଳେ ନୂଆପଡା ସ୍ଥିତ ନିଜ ବାସଭବନକୁ ଫେରିଥିଲେ। ବାସଭବନାର ବାହାର କବାଟ ଭାଙ୍ଗି ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ।

Pearl dental clinic
Near Ashish Medical Store, Bhawanipatna


ଘରେ କେହି ନ ଥିବା ସୁଯୋଗ ନେଇ ଘର ର ଦୁଇଟି ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା, ରୂପା ଗହଣା ତଥା ନଗଦ ୨୩ ହଜାର ଟଙ୍କା ଚୋରୀ କରି ନେଇ ଥିବା ଶ୍ରୀ ପାଣିଗ୍ରାହୀ ଲିଖିତ ଭାବେ ସଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସୂଚନା ପାଇ ନୂଆପଡା ଏସ୍.ଡି.ପି.ଓ. ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏସ୍.ଆଇ. ବିନୟ କେରକେଟାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଂଚି ଡଗ୍ ସ୍କୁଆର୍ଡ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି। ଚୋରୀ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିବା ଏସ୍.ଡି.ପି. ଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.