ଭୁବନେଶ୍ଵର: ଡ଼. ଭବାନୀ ଶଙ୍କର ନିଆଲଙ୍କ ବହୁଚର୍ଚ୍ଚିତ ‘ଲକଡାଉନ’ କବିତା ପ୍ରଥମ କରି ଭାରତୀୟ ଭାଷା ବଙ୍ଗଳାରେ ଅନୁଦିତ ହୋଇଛି। କୋଳକାତାର ମହୁଆ ଦାସ ଏହି କବିତାକୁ ବଙ୍ଗଳା ଭାଷାରେ ଅନୁବାଦ କରିଛନ୍ତି। ମହୁଆ ଦାସ ଏକାଥରକେ ଜଣେ ଉତ୍କୃଷ୍ଟ ବର୍ଣ୍ଣନାକାର, ଅଭିନେତ୍ରୀ, ଚିତ୍ରକାର, କବୟତ୍ରୀ ଏବଂ ସୁଲେଖିକା। ସେ କଲକାତାର ବହୁ ଟିଭି ଚ୍ୟାନେଲ (ସାଧନା ବଙ୍ଗଳା, ଦୂରଦର୍ଶନ, 24 ଘଣ୍ଟା, ମୋନ ସଂଗୀତ, ତାରା ଟିଭି, ସ୍ପନ୍ଦନ ବଙ୍ଗଳା ଏବଂ ଅନ୍ୟାନ୍ୟ ଚ୍ୟାନେଲ) ରେ ହୋଷ୍ଟ ଭାବରେ ରହିଆସିଛନ୍ତି। ସେ ଗତ ୨୩ ବର୍ଷ ମଧ୍ୟରେ ଅନେକ ପ୍ରସିଦ୍ଧ ଟିଭି ସୋ ଏବଂ ଷ୍ଟେଜ ସୋ ରେ ଅତିଥି କଳାକାର ଭାବରେ ବାରମ୍ବାର ଦେଖାଦେଇଥିଲେ। ଏହାସହ ସେ ରିଲାକ୍ସ ରେଡ଼ିଓ ଲଣ୍ଡନରେ ବିଷୟ ବସ୍ତୁ ଲେଖକ ଭାବରେ କାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ ଭଳିଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀ ଭାଷାରେ ଅଧ୍ୟାପକ ବଙ୍କିିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀ ଭାଷାରେ କବି ଇମାନୁଏଲା ରିଜୋ, ସର୍ବିଆ ଭାଷାରେ କବି ଶୋଭା ସୋଭକା ଶୋଭିକ, ଚୀନ ଭାଷାରେ କବି ଲାଉ ଫୁ, ରୁଷ ଭାଷାରେ ଏଲିନା ଡାନିସିନା, ଫ୍ରାନ୍ସ ଭାଷାରେ ଏଲିଜା ବେଥ ପ୍ଲେନାଟୋ, ସ୍ପେନିସ ଭାଷାରେ ଆମେରିକୀୟ କବି ଏଞ୍ଜେଲ ଗୁସ୍ତାଭୋ ବେନାଭିଡିସ, ପୋଲିସ ଭାଷାରେ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି, ଫିଲିପିନୋ ଭାଷାରେଡ଼. ଜେସୁକା ପି. ବେସିନ, ଆର୍ବିକ ଭାଷାରେ କବି ମହମ୍ମଦ ହେଲ୍ମୀ ଅଲ୍ ରିଶା, ଭିଏତନାମା ଭାଷାରେ କବି ମେ ହୋଆ ଡୁ ଏବଂ ଅଳବାନିୟନ ଭାଷାରେ କବି ମାରଜେତା ଶଟ୍ରୋ ରାରପାଜ୍ ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟର ଅନେକ ମହଳରୁ ଖୁସିର ସୁଅ ଛୁଟିଛି।