କଳାହାଣ୍ଡିର ପ୍ରଥମ ଗ୍ରାମ୍ୟପାର୍କ ଲୋକାର୍ପିତ

● ପ୍ରକୃତି କୋଳରେ ମନମୋହୁଛି ଗ୍ରାମ୍ୟପାର୍କ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଂଚାୟତର କଢେଲଠାରେ ତିଆରି ହେଇଥିବା କଳାହାଣ୍ଡିର ପ୍ରଥମ ଗ୍ରାମ୍ୟପାର୍କ ଆଜି ଲୋକାର୍ପିତ ହେବା ଅବସରରେ କଳାହାଣ୍ଡିରେ ପ୍ରକୃତିର ଶୋଭରାଜି ସମସ୍ତଙ୍କୁ ଆକୃଷ୍ଟ କରୁଥିବାବେଳେ ପ୍ରାକୃତିକ ପରିବେଶରେ ଏହି ପାର୍କଟି ସମସ୍ତଙ୍କ ମନରେ ଶାନ୍ତି ପ୍ରଦାନ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu


ବମକ ପଂଚାୟତ ସରପଂଚ ପ୍ରତିମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ପର୍ବରେ ମୁଖ୍ୟ ଅତିଥିଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନୀତ ଅତିଥି ଭାବେ ପିଡ଼ି ଡ଼ିଆରଡ଼ିଏ ସୋମେଶ କୁମାର ଉପାଧ୍ୟାୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟା ସ୍ନେହଲତା ଭୋଇ, ମ,ରାମପୁର ବିଡ଼ିଓ ଉତ୍ତମ କୁମାର ବାଗ, ପୂର୍ବତନ ଜିଳ୍ଳା ପରିଷଦ ସଭ୍ୟ ଜୟଦେବ ସାହୁ, ଏଇଇ ନିହାର ରଂଜନ ମାଝୀ, ସମିତି ସଭ୍ୟ ତ୍ରିଲୋଚନ ବଗର୍ତ୍ତୀ, ପଂଚାୟତ ନିର୍ବାହୀ ଅଧିକାରୀ ଶୁକ୍ରୁ ରଣା ପ୍ରମୁଖ ଯୋଗଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳାନାରେ ରୋମାଞ୍ଚ ସାହୁ(ରାଷ୍ଟ୍ର), ଭବାନୀ ଶଙ୍କର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.