କଟକ, (ଚକ୍ରବର୍ତ୍ତୀ ଓତା): କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ ଦେଉଳି ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଦାଶଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ବିଦ୍ୟାପୀଠର ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତି ରହି ଏହି ଦୁଇ ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ।