କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ସ୍ଥିତ ଘଡେଇ ଆବାସିକ ଅନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜାତିର ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁ. କୋଟେଶ୍ୱର ରାଓ ଯୋଗଦେଇ ସଂପ୍ରତି ଦୁଇ ମହାପୁରୁଷଙ୍କ କାର୍ଯ୍ୟଧାରାର ପ୍ରାସଙ୍ଗିକତା ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ହରିହର ପଟ୍ଟନାୟକ, ଓଡ଼ିଆ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ଗଣେଶ ପଟ୍ଟନାୟକ, ରଶ୍ମିତା ମଲ୍ଲିକ, ପ୍ରତିଭା ଚୌଧୁରୀ, ଭାରତୀ ବେହେରା, ସଞ୍ଜୟ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ହରିହର ପଟ୍ଟନାୟକ ଗାନ୍ଧୀଙ୍କ ଅବଦାନ ଏବଂ ପଦ୍ଧତିକୁ ଅନୁସରଣ କରିବାକୁ ପିଲାଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଗାନ୍ଧୀଙ୍କ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ରାଓ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଅର୍ପଣ କରିଥିଲେ।