ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କୋକସରା, (ହିରଣ୍ୟ ବେହେରା): ଗାନ୍ଧୀ ଜୟନ୍ତୀ ଅବସରରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜିତ ହୋଇଯାଇଛି।କୋକସରା ବିଡ଼ିଓ ମନୀଷା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ଯୁବକ ଯୁବତୀମାନେ ଅତିଥିଙ୍କ ସହ ସ୍ଵଚ୍ଛତା ଶପଥ ପାଠ କରିଥିଲେ।


ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ରାଷ୍ଟ୍ରୀୟ ଯୁବ ସ୍ବେଛାସେବୀ କୋପ୍ନେଶ୍ଵର ବେମାଲ, ଦୁର୍ମାନ୍ୟ ଶବର, ଚରଣ ସିଂ ବାଗଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ କୋକସରା ଡିଗ୍ରୀ ମହାବିଦ୍ୟାଳୟର ଏନସିସି ଲେଫ୍ଟନାଣ୍ଟ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଇଁରୀ ନାଶନ ଚିନ୍ଦା ଓ ନେହେରୁ ଯୁବକ ସଙ୍ଘ ବଙ୍ଗୋମୁଣ୍ଡାର ସମସ୍ତ ସଭ୍ୟ ସାମିଲ ଥିଲେ। କୋକସରା ବ୍ଲକ ପରିସରରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସଫେଇ କରାଯାଇଥିଲା। ଆଗାମୀ ଦିନରେ ୪୦ ଖଣ୍ଡ ଗାଁ ସଫେଇ କରାଯିବ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ପ୍ରୟାସ ରଖାଯାଥିବା ରାଷ୍ଟ୍ରୀୟ ଯୁବ ସ୍ବେଛାସେବୀ କୋପ୍ନେଶ୍ଵର ବେମାଲ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.