କଳାହାଣ୍ଡି : ନେହେରୁ ଯୁବ କେନ୍ଦ୍ର ଓ ଏସ.ଭି.ୱାଇ.ଏସ. ମିଳିତ ଆନୁକୂଲ୍ୟରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଗୋଲାମୁଣ୍ଡା ଠାରେ ଗାନ୍ଧୀ ଜୟନ୍ତୀ ପାଳନ ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ହସ୍ପିଟାଲ ପରିସରରେ ଥିବା ସ୍ଥାନ ମାନଙ୍କର ଅଳିଆ ଆବର୍ଜନା ଗୁଡିକ ପରିଷ୍କାର କରାଯାଇଥିଲା। ନେହେରୁ ଯୁବ କେନ୍ଦ୍ର ତରଫରୁ ଆୟୋଜିତ ସଫେଇ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବିଡ଼ିଓ ସ୍ନିଗ୍ଧା ରାଣୀ ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ଗୋଲାମୁଣ୍ଡା ଏ.ଇ.ଇ. ଯୋଗ ଦେଇଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନୂତନ ଏଚ.ଏମ. ରାଜେଶ୍ରୀ ତାଣ୍ଡି, ଏସ.ଭି.ୱାଇ.ଏସ. ସଭାପତି ରାଜେଶ ଅଗ୍ରୱାଲ, ଗୋଲାମୁଣ୍ଡା ବ୍ଲକର ଦୁଇ ଜାତୀୟ ଯୁବ ସ୍ବଚ୍ଛାସେବୀ ଛବି ଲାଲ ତାଣ୍ଡି ଏବଂ ରଶ୍ମିତା ମାଝୀଙ୍କ ନେତୃତ୍ୱରେ ହୋଇଥିବା ସଫେଇ କାଯ୍ୟକ୍ରମରେ ଏସ.ଏ.କେ. ର ସଭାପତି ସମୀର ସାହୁ, ହେମନ୍ତ, ଅକ୍ଷ, ହିତେଶ, ଭୂପେନ, କ୍ଷୀର ମୋହନ, ସାନାତନ, ଚୂଡ଼ ସମେତ ବିଦ୍ୟାଳୟର ଛାତ୍ରୀମାନେ ସାମିଲ ହୋଇଥିଲେ।