ସଙ୍କୁଳ ସ୍ତରୀୟ ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ଧର୍ମଗଡ଼: ସ୍ଥାନୀୟ ମଡ଼ର୍ଣ୍ଣ ଡିଗ୍ରୀ ମହାବିଦ୍ୟାଳୟରେ ସଙ୍କୁଳ ସ୍ତରୀୟ ଯୁବ ରେଡ଼କ୍ରସ ସ୍ଵେଚ୍ଛାସେବୀ ମାନଙ୍କର ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇ ଯାଇଛି । ଏହି ଅବସରରେ ରେଡ଼କ୍ରସ ପତାକା ଉତ୍ତୋଳନ ପରେ ଉଦଘାଟନୀ ସଭା ଅନୁଷ୍ଠିତ ହେଇଥିଲା । ମହାବିଦ୍ୟାଳୟର ସଭାପତି ଡ. ପ୍ରଶାନ୍ତ କୁମାର ଯୋଶୀଙ୍କ ସଭପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ଶିବିରାର୍ଥି ମାନଙ୍କୁ ମାନବ ସମାଜର କଲ୍ୟାଣ ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇ ଥିଲେ । ପରାମର୍ଶଦାତା ସଞ୍ଜୀବ କୁମାର ମୁଣ୍ଡ ପ୍ରାରମ୍ଭିକ ସୂଚନା ଦେଇ ଥିବାବେଳେ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ପରାମର୍ଶଦାତା ସରୋଜ କୁମାର ପଣ୍ଡା ଓ ଭବାନୀ ଶଙ୍କର ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ରେଡ଼କ୍ରସର ଆଭିମୁଖ୍ୟ ତଥା ବାର୍ତ୍ତା ପ୍ରଦାନ କରିଥିଲେ ।


ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଦୀପିକା ରାଣି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରାମର୍ଶଦାତା ଶାଶ୍ଵତ କୁମାର ପଣ୍ଡା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୋଦ ମହାନ୍ତି, ଭାଗ୍ୟଶ୍ରୀ ନାୟକ, ତନ୍ମୟ କୁମାର ପଣ୍ଡା ଓ ସୁଭସ୍ମିତା ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ପ୍ରଥମ ଦିବସରେ ବିଶେଷଜ୍ଞ ଭାବେ ସରୋଜ କୁମାର ପଣ୍ଡା ରେଡକ୍ରସର ଇତିହାସ,ବିକାଶ, ନୀତି ଓ ଚିହ୍ନ ଏବଂ ସଞ୍ଜୟ କୁମାର ପୁରୋହିତ ବିପର୍ଯ୍ୟୟ ପରିଚାଳନା ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟରୁ ୨୫ ଜଣ ଶିବିରାର୍ଥୀ ଯୋଗ ଦେଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.