ଲାଞ୍ଜିଗଡ଼ ବେଦାନ୍ତ ପକ୍ଷରୁ ହିତାଧିକାରୀ ବୈଠକ ଓ ଜନସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ଲିମିଟେଡ ପରିସରରେ ଆଜି ହିତାଧିକାରୀ ବୈଠକ ଓ ଜନସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ବଲଭଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକିର ମୋହନ ମାଝୀ, ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ।


ଏହି ଅବସରରେ ବେଦାନ୍ତ ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ସିଇଓ ଅନୁରାଗ ତିୱାରୀ, ସିଏଫ୍ଓ ବିକାଶ ବିନ୍ଧାଣୀଙ୍କ ସମେତ ବାହ୍ୟ ସମ୍ପର୍କ ବିଭାଗର ମୁଖ୍ୟ ନବଳ କିଶୋର ଶର୍ମା, ପିଆର୍ ହେଡ୍ ଶର୍ବାନୀ ଶର୍ମା, ଏଚ୍ଆର୍ ହେଡ୍ ହେମନ୍ତ ଭାଟିଆ, ବିଧାୟକ ପ୍ରତିନିଧି ପ୍ରଦିପ ଘଡେଇ, ବ୍ଳକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରଧାନି, ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଶ୍ରୀଧର ପେସେନିଆ, ମନୋହର ହରପାଳ, ଯୁବ ବିଜେଡ଼ି ଏସସିସେଲ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଲାଞ୍ଜିଗଡ ବ୍ଳକ ଯୁବ ଜନତା ଦଳର ସଭାପତି ଡିଲେଶ କୁମାର ନାଗ, ଜିଲ୍ଲା ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ପରିକ୍ଷିତ ନାଏକଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବେଦାନ୍ତରେ ବିସ୍ଥାପିତ ସୋଇଥିବା ଜନସାଧାରଣ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ବେଦାନ୍ତ କମ୍ପାନୀର ଭାଗିଦାରିତା ଏବଂ ସହଭାଗିତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.