କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ଉଦ୍ୟାନ ବିଭାଗର କର୍ମଚାରୀ ଉପେନ୍ଦ୍ର ପଟ୍ଟନାୟକ ୫୪ବର୍ଷ ବୟସରେ ହୃତଘାତରେ ମୃତ୍ୟୁ । ଗତକାଲି ବିଳମ୍ବିତ ରାତ୍ରିରେ ଅସୁସ୍ଥ ଅନୁଭବ ହେବା ପରେ ପ୍ରଥମେ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ପରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ ଦୀର୍ଘ ୨୦ବର୍ଷ ଧରି ଗୋଲାମୁଣ୍ଡା ସ୍ଥିତ ଉଦ୍ୟାନ ବିଭାଗ ର କାର୍ଯ୍ୟାଳୟ ରେ ଅତିରିକ୍ତ ଉଦ୍ୟାନ ବିଭାଗ କର୍ମଚାରୀ ଭାବରେ ନିୟୋଜିତ ଥିଲେ । ଚାଷ ଓ ଚାଷୀ ଙ୍କ ସହିତ ସବୁବେଳେ ଜଡିତ ହୋଇ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସିଧାସଳଖ ଚାଷୀଙ୍କ ପାଖରେ କେମିତି ପହଞ୍ଚିବ ସେ ନେଇ ସବୁବେଳେ ଚେଷ୍ଟିତ ଥିଲେ ଏବଂ ଜଣେ ସୁପରିଚିତ କର୍ମଚାରୀ ଥିଲେ ।
ତାଙ୍କର ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ ପୁଷ୍ପଳତା ପଟ୍ଟନାୟକ ଓ ଝିଅ ଲିଜା ପଟ୍ଟନାୟକ ଉପସ୍ଥିତ ଥିଲେ । ଖବରପାଇ ଗୋଲାମୁଣ୍ଡା ପୋଲିସ ପହଁଚି ଶବ ଜବତ କରିବା ସହ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସା ଲୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକଙ୍କର ପଦୋନ୍ନତି ପରେ ଗୋଲାମୁଣ୍ଡାରୁ ଜୟପାଟଣା ବ୍ଲକକୁ ତାଙ୍କର ବଦଳି ହୋଇଥିଲା । ତାଙ୍କ ସପରିବାର ସହ ସେ ଗୋଲାମୁଣ୍ଡାରେ ରହୁଥିଲେ । ତାଙ୍କ ବିୟୋଗରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ଆତ୍ମା କମିଟିର ଅଧ୍ୟକ୍ଷ ଇଂ. ଦିନେଶ କୁମାର ରାଉତ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, କାର୍ଯ୍ୟକାରୀ ସଭାପତି ନଉକେସ୍ୱର ପୁଟେଲ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।