ଟୁର୍ଚ୍ଚିରେ ପ୍ଲାଷ୍ଟିକମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଟୁର୍ଚ୍ଚି ଗ୍ରାମ ଠାରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜିତ ହୋଇଯାଇଛି। ଟୁର୍ଚ୍ଚିର ଉତ୍କଳ ସାଂସ୍କୃତିକ ଯୁବ ଅନୁଷ୍ଠାନର ସହଯୋଗରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ସ୍ବଛ ଭାରତ ଅଭିଯାନ ଉଦଘାଟନୀ ଉତ୍ସବରେ ମ. ରାମପୁର ବ୍ଲକର ଯୁବ ସ୍ବେଚ୍ଛାସେବୀ ବିକାଶ ସୁନା ଏବଂ ଅମର ସିଂ ଭୋଇଙ୍କ ତତ୍ୱବଧାନରେ ସଚେତନତା ବାର୍ତ୍ତା ସହ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଉପସ୍ଥିତ ଯୁବକମାନେ ସ୍ଵଚ୍ଛତା ଶପଥ ପାଠ କରିଥିଲେ। ନେହେରୁ ଯୁବ କେନ୍ଦ୍ର ମ.ରାମପୁର ବ୍ଲକ୍ ଯୁବ ସଂଯୋଜକ ବିକାଶ ସୁନା ଏହି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଉତ୍କଳ ସାଂସ୍କୃତିକ ଯୁବ ଅନୁଷ୍ଠାନର ସଭାପତି ଯଶୋବନ୍ତ ସାହୁ ଓ ସମ୍ପାଦକ ମନୋଜ କୁମାର ସାହୁଙ୍କ ସହିତ ସମସ୍ତ ସଭ୍ୟ ଯୋଗଦେଇ ଉକ୍ତ ସେଚ୍ଛତା ଅଭିଯାନକୁ ସଫଳ୍ୟ ମଣ୍ଡିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.