ସ୍ବନାମଧନ୍ୟ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ଭୂଦାନପ୍ରେମୀ ଭାସ୍କର ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ

କୋରାପୁଟ: କୋରାପୁଟ ଜିଲ୍ଲା ଗୌଡ଼ଗୁଡା ଗ୍ରାମର ସ୍ଥାୟୀ ଅଧିବାସୀ ତଥା ସ୍ଥାନୀୟ ଗାନ୍ଧୀ ନଗରର ଶିକ୍ଷାବିତ୍ ପ୍ରଧାନ ଶିକ୍ଷକ, ଶ୍ରେଷ୍ଠ ସମାଜସେବୀ ତଥା ଭୁଦାନପ୍ରେମୀ ସ୍ବର୍ଗତ ଭାସ୍କର ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ତଥା ସ୍ମୃତି ଚାରଣ ସଭା ସ୍ଥାନୀୟ ହାତୀ ଲାଇନ୍ ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଅଛି। ଏହି ସ୍ମୃତି ଚାରଣ ସଭାରେ ଅବସରପ୍ରାପ୍ତ ପି.ଇ.ଓ. ସିମାଞ୍ଚଳ ମିଶ୍ର, ଅଧ୍ୟାପକ ହରିହର ପଟ୍ଟନାୟକ, ଇଞ୍ଜିନିୟର୍ ଅଭିଜିତ କର ପ୍ରଭୃତି ଅତିଥି ଭାବରେ ଯୋଗ ଦେଇ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ବ୍ୟକ୍ତିଗତ ଅନୁଭୂତି ତଥା କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସ୍ବର୍ଗତ ପଟ୍ଟନାୟକ ଏକାଧାରରେ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ, ଶ୍ରେଷ୍ଠ ସମାଜସେବୀ ଏବଂ ଭୁଦାନପ୍ରେମୀ ଥିଲେ। ସ୍ବର୍ଗତ ପଟ୍ଟନାୟକ ତାଙ୍କ ଅମଳରେ ସେ ଅନେକ ପ୍ରକାର ବିକାଶମୂଳକ କାର୍ଯ୍ୟ ଯଥା ଅଞ୍ଚଳର ବିଦ୍ୟାଳୟ ପ୍ରତିଷ୍ଠା ତଥା ଉନ୍ନତିକରଣ ଠାରୁ ଆରମ୍ଭ କରି ବିଭିନ୍ନ ଜନମୁଖୀ ଯଥା ଅଞ୍ଚଳର ଅନେକ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ବାସୋପଯୋଗୀ ଭୂଦାନ କରି ନିଜ ଅଞ୍ଚଳ ତଥା ସହରରେ ବେଶ୍ ପ୍ରତିଷ୍ଠା ତଥା ପ୍ରଶଂସା ଅର୍ଜନ କରିଥିବା ଦେଖାଦେଇଅଛି। ଏହି ଶ୍ରାଦ୍ଧ ବାର୍ଷିକୀରେ ସ୍ବର୍ଗତ ପଟ୍ଟନାୟକଙ୍କ ଜ୍ୟେଷ୍ଠ ପୁତ୍ର ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, କନିଷ୍ଠ ପୁତ୍ର ଲ୍ୟାବ୍ ଟେକ୍ନିସିଆନ୍ ଶ୍ରୀ ହିମାଂଶୁ ପଟ୍ଟନାୟକ, କନିଷ୍ଠ ପୁତ୍ରବୋଧୁ ଶ୍ରୀମତୀ ରଶ୍ମିତା ପଟ୍ଟନାୟକ, ସାନ ନାତି ପିନାକୀ ପଟ୍ଟନାୟକ, ସାନ ନାତୁଣୀ ପ୍ରାଚୀ ପଟ୍ଟନାୟକ ପ୍ରମୁଖ ସ୍ବର୍ଗତ ପଟ୍ଟନାୟକଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସ୍ୱରୂପ ନିଜର ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ପରିଶେଷରେ ଅଧ୍ୟାପକ ତଥା ଜ୍ୟେଷ୍ଠ ପୁତ୍ର ତ୍ରିନାଥ ପଟ୍ଟନାୟକ ସ୍ବର୍ଗତ ପଟ୍ଟନାୟକଙ୍କ ଶ୍ରଦ୍ଧା ଜ୍ଞାପନ ସହ ଉପସ୍ଥିତ ଅତିଥିଙ୍କୁ ସାଧୁବାଦ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.