ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘ ନିର୍ବାଚନ: ବିଭୂତି ପ୍ରହରାଜ ସଭାପତି, ପ୍ରଶାନ୍ତ ଦଣ୍ଡସେନା ସଂପାଦକ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘର ନିର୍ବାଚନ ଅନୁଷ୍ଠିତ ହେଇଯାଇଛି । ଏଥିରେ ସଭାପତି ଭାବରେ ବିଭୂତି ପ୍ରହରାଜ ନିର୍ବାଚିତ ହେଇଥିବାବେଳେ ସଂପାଦକ ଭାବରେ ପ୍ରଶାନ୍ତ ଦଣ୍ଡସେନା ନିଦ୍ୱର୍ନ୍ଦରେ ମନୋନୀତ ହେଇଛନ୍ତି । ଉକ୍ତ ନିର୍ବଚନୀ ସଭାରେ ପ୍ରାଥମିକ ଶିକ୍ଷକ ଜିଲ୍ଲା ସାଧାରଣ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଜିଲ୍ଲା ଉପଦେଷ୍ଟା ଅଶୋକ କୁମାର ତ୍ରିପାଠୀ, ଯୁଗ୍ମ ସଂପାଦକ ବିରେନ୍ଦ୍ର ବାଗ, କୋଷାଧ୍ୟକ୍ଷ ଅମେରେନ୍ଦ୍ର ପଟ୍ଟନାୟକ, ଯୋଗେଶ୍ୱର ମିଶ୍ର, ଉପେନ୍ଦ୍ର ପ୍ରଧାନ, ପୂର୍ଣ୍ଣଶଶୀ ମହାନ୍ତି, ସୁରେନ୍ଦ୍ର କୁମାର ଦୋରା, ଲଳିତ ନାଏକ, କୁମରଧ୍ୱଜ ସାହୁ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିଲେ । ବିଭିନ୍ନ ପଦବଦବୀ ପାଇଁ ଶିକ୍ଷକବୃନ୍ଦ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସଭାପତି ପଦକୁ ଛାଡ଼ି ବାକି ସମସ୍ତ ପଦ ମନୋନୀତ ହେଇଥିଲେ । ସଭାପତି ପଦ ପାଇଁ ବିଭୂତି ଭୂଷଣ ପ୍ରହରାଜ ଓ ତୁଳସୀ ଦାସ ମାଝୀଙ୍କ ମଧ୍ୟରେ ପ୍ରତିଯୋଗୀତା ହେଇଥିଲା । ବିଭୂତି ଭୂଷଣ ପ୍ରହରାଜଙ୍କ ସପକ୍ଷରେ ଅଧିକ ଭୋଟ ପଡ଼ିଥିବାରୁ ସେ ସଭାପତି ନିର୍ବାଚିତ ହେଇଥିଲେ ।ସର୍ବସମ୍ମତିକ୍ରମେ ଉପସଭାପତି ସହସ୍ରାଂଶୁ ମହାଖୁଡ଼, ଉପସଭାନେତ୍ରୀ ଶୋଭାଗିନୀ ହୋତା, ସଂପାଦକ ପ୍ରଶାନ୍ତ ଦଣ୍ଡସେନା, ଯୁଗ୍ମ ସଂପାଦକ ଗଂଗାଧର ସାହୁ, ହିରୋଜ ରଣା, ଲକ୍ଷ୍ମୀଧର ସିଂ, ସଂଗାଠନିକ ସଂପାଦକ କୁନୁ ରଥ, କୋଷାଧ୍ୟକ୍ଷ ବିଶ୍ୱମ୍ବର ନାଏକ ମନୋନୀତ ହେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.