କଳାହାଣ୍ଡି: ଧର୍ମଗଡ ବ୍ଳକ ଅନ୍ତର୍ଗତ କନାଗାଁ ଠାରେ ନେହେରୁ ଯୁବକେନ୍ଦ୍ର ଆନୁକୁଲ୍ୟରେ ସ୍ବଚ୍ଛ ଭାରତ ଅଭିଯାନ ଆୟୋଜିତ ହେୋଇଯାଇଛି। କନାଗାଁ ସାଂସ୍କୃତିକ ଯୁବ ଅନୁଷ୍ଠାନ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଧର୍ମଗଡ କାଙ୍କେରୀ ଗ୍ରାମର ଯୁବ ସ୍ବେଚ୍ଛାସେବୀ ମହେଶ ସୁନାନୀ ଓ ରୁଦ୍ର ମହାରଣାଙ୍କ ତତ୍ତ୍ବବଧାନରେ ସଚେତନତା ବାର୍ତ୍ତା ସହ ଅଭିଯାନର ଶୁଭାରମ୍ଭ ହେଇଥିଲା।
ଏହି ଅବସରରେ ଉପସ୍ଥିତ ଯୁବକମାନେ ସ୍ବଚ୍ଛତା ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ କନାଗାଁ ଗ୍ରାମପଞ୍ଚାୟତର ନାଏବ୍ ସରପଞ୍ଚ ବିଳାସିନୀ ନାଏକ ଓ କଳାହାଣ୍ଡି ବିଜେପି ସାଧାରଣ ସଂପାଦକ ବିଷ୍ଣୁ ତାଣ୍ତି ସହଯୋଗ କରିଥିଲେ। ଏହା ବ୍ୟତୀତ ସାଂସ୍କୃତିକ ସଂଘର ସଦସ୍ୟ ଚୁଡାମଣି ନାଏକ, ରୋମାଞ୍ଚଳ ନାଏକ, କବିନ୍ ଜାଲ୍, ଆଦିତ୍ୟ ନାଏକ, ପପୁ ଯାଦବ, ପ୍ରବୀଣ ଖର୍ସେଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଡିଙ୍ଗର ନାଏକ ଓ ଶତ୍ରୁଘ୍ନ ସତନାମୀ ସହଯୋଗ କରିଥିଲେ।