ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ: ଚତୁର୍ଥ ଦିନରେ ଗଣଧାରଣା

● ସବୁକିଛି ଥାଇବି ମିଳିପାରୁନି ସବଡ଼ିଭିଜନ୍ ମାନ୍ୟତା

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବି ଆଜି ଚତୁର୍ଥ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ମ.ରାମପୁରରେ ସବଡ଼ିଭିଜନ ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ମାନ୍ୟତା ନ ପାଇବା ଘୋର ପରିତାପର ବିଷୟ ବୋଲି ଆନ୍ଦୋଳନକାରୀମାନେ ମତବ୍ୟକ୍ତ କରିଛନ୍ତି । ଆଜି ଚତୁର୍ଥ ଦିନରେ ମ.ରାମପୁର ବ୍ଲକ ନୁନପୁର ପଂଚାୟତବାସୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସଂଗ୍ରାମ ମଂଚ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଆନ୍ଦୋଳନର ମୁଖ୍ୟ ପୁରୋଧା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଆଜି ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ପଦ୍ମନ ପାତ୍ର, ପ୍ରକାଶ ରଣା, ଗୋଲକ ରଣା, ରାଜୁ ମାଝୀ, ବିମଳ ମାଝୀ, ଯୁଧେଷ୍ଠି ମାଝୀ, ଜହର ଜାନୀ, ରୁଙ୍ଗେ ମାଝୀ, ସୁରେଶଚନ୍ଦ୍ର ମାଝୀ, ଟିକେଚନ ମାଝୀ, ଚମରା ବଗର୍ତ୍ତୀ, ହୁମେର ରଣା, ହଳଧର ରଣା, ଧୋବା ପନ୍ଦର, ଶଶି ରଣା, ବିଶ୍ୱଜିତ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ, ହେମସାଗର ସାହୁ, ଦାମୋଦର ମାଝୀ, ସୁବାସ ରଣା, ଟିକେଚନ ମାଝୀ, ବିଘ୍ନେ ରଣା, ବିଶ୍ୱମ୍ବର ରଣା, ପ୍ରେମସାଗର ନାଏକ, ଦିବାକର ବାଗ ପ୍ରମୁଖ ଆନ୍ଦୋଳନରେ ସାମିଲ ହେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ମ.ରାମପୁର, କର୍ଲାମୁଣ୍ଡା, ନର୍ଲା ଅଂଚଳବାସୀଙ୍କ ତରଫରୁ ସଂଗ୍ରାମ ମଂଚ ର ନେତୃତ୍ୱରେ ଗତ ଦୁଇ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହେଇଛି ଏବଂ ଏହା ଚଳିତ ଅକ୍ଟୋବର ମାସବ୍ୟାପୀ ଜାରି ରହିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.