କବୟତ୍ରୀ ପ୍ରଣତି ମହାପାତ୍ର ସମ୍ବର୍ଦ୍ଧିତ

କଟକ: କଟକ ଜିଲ୍ଲାର ଅଗ୍ରଣୀ ସେବା ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ଦ୍ୱାରା କଟକର ସହୀଦ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ମାଟିର ବୋହୁ କବୟତ୍ରୀ ପ୍ରଣତି ମହାପାତ୍ରଙ୍କୁ ତାଙ୍କର ସାହିତ୍ୟ, ସେବା ଏବଂ ସାଂଗଠନିକ ଦକ୍ଷତା ପାଇଁ ସମର୍ଦ୍ଧନା ଦିଆଯାଇଛି। ଏଥିରେ ତାଙ୍କୁ ଟ୍ରଫି, ମାନପତ୍ର ସହ ଉପଢୌକନ ଦେଇ ସମର୍ଦ୍ଧିତ କରିଥିଲେ ବିଚାରପତି ମନୋରଞ୍ଜନ ମହାନ୍ତି।

ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ମନୋଜ କୁମାର ପଣ୍ଡା, ମୁଖ୍ୟ ଅତିଥି ରୂପେ ରୁଚି କମ୍ପାନୀରର ନିର୍ଦ୍ଦେଶକ ଶରତ କୁମାର ସାହୁ, ଉପଦେଷ୍ଟା ସଂଗ୍ରାମ କେଶରୀ ସାମନ୍ତରାୟ, ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ, ବାରବାଟୀ ବିଧାୟକ ମହମ୍ମଦ ମୁକିମ୍ ଙ୍କ ସହ ଶଶାଙ୍କ ଶେଖର ମହାପାତ୍ର, ଅଭିନେତ୍ରୀ ଟ୍ଵିଙ୍କଲ ମିଶ୍ରଙ୍କ, ଭଳି ଅତିଥି ମାନେ ଉପସ୍ଥିତ ଥିଲେ। ଶ୍ରୀମତୀ ମହାପାତ୍ର ବର୍ତ୍ତମାନ ସାହିତ୍ୟିକ ବନ୍ଧୁ ପରିବାରର ସମ୍ପାଦିକା ଅଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଶ୍ରୀମତୀ ମହାପାତ୍ର ପୂର୍ବରୁ ଅନେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମର୍ଦ୍ଧିତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.