ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ସମାଜସେବୀ 

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଲଯୋଡି ଓ ଗଣ୍ଡବରଝୋଲା ମଝିରେ ଆଜି ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଯାଇଛି। ଭବାନୀପାଟଣା ପଟୁ ଏକ ବାଇକରେ ତିନିଜଣ ବ୍ୟକ୍ତି ଆସୁଥିବା ବେଳେ କୁକୁର ସହିତ ଧକ୍କା ହୋଇଥିଲା। ଫଳରେ ତିନିଜଣ ଯାକ ବ୍ୟକ୍ତି ରାସ୍ତାରେ ପଡି ଯାଇଥିଲେ। ୨ଜଣ ବେହୋସ ଅବସ୍ଥାରେ ପଡ଼ିଥିବା ବେଳେ ଜଣେ ବ୍ୟକ୍ତି ଅନ୍ୟ ମାନଙ୍କୁ ଉଠାଇ ହସ୍ପିଟାଲ ନେବାପାଇଁ ଲୋକଙ୍କୁ ନିବେଦନ କରୁଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସ୍ଥାନୀୟ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ। ଶ୍ରୀ ରଣା ତୁରନ୍ତ ଘଟଣା ସ୍ଥଳକୁ ପହଁଞ୍ଚି ୧୦୮ କୁ ଯୋଗାଯୋଗ କରିଥିଲେ। କିଛି ସମୟ ପରେ ଆମ୍ବୁଲାନ୍ସ ଆସିଲା। ସେଥିରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ନେଇ କଳାହାଣ୍ଡି ଜିଲ୍ଲା ଚିକିତ୍ସାଲୟରେ ଭର୍ତ୍ତି କରାଇଲେ ଯଶୋବନ୍ତ ରଣା। ଦୁର୍ଘଟଣାରେ ପିଡିତ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ଦୁଇଜଣ ସାମନ୍ୟ ଠିକ ଥିବା ଜଣାପଡିଛି। ସମାଜସେବୀ ଶ୍ରୀ ରଣାଙ୍କ ଏହିପରି କାର୍ଯ୍ୟକୁ ଉପସ୍ଥିତ ଲୋକେ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.