ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆଖାଇ ଭେଟଘାଟ

ନୂଆପଡା: ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଭାନୁ ପ୍ରତାପ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ମନ୍ତ୍ରୀ ବିବେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅଖିଳ ଭାରତୀୟ ଗୋଣ୍ଡାବାନା ଗୋଣ୍ଡ ସମାଜର ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ଖାମସିଂ ମାଝୀ, ଆଦିବାସୀ କଲ୍ୟାଣ ସଙ୍ଘ ପଶ୍ଚିମ ଓଡ଼ିଶା ସାଧାରଣ ସମ୍ପାଦକ ନିରଞ୍ଜନ ବିଶି, ଉପ ସଭାପତି ପରମାନଦ ମାଝୀ, ଜିଲ୍ଲା ଉପଦେଷ୍ଟା ଜୟରାମ ଶବର, ହୋମସିଂ ମାଝୀ, ବିଶ୍ୱବସୁ ଶବର ସମାଜ ଜିଲ୍ଲା ସଭାପତି ବିହାରିଲାଲ ବିଶ୍ୱାଳ, ଜିଲ୍ଲା ଭୁଞ୍ଜିଆ ସମାଜ ସଭାପତି ରୁପସିଂ ଭୁଞ୍ଜିଆ, ଆଦିବାସୀ କଲ୍ୟାଣ ନୂଆପଡା ବ୍ଲକ ସଭାପତି ଭକ୍ତବନ୍ଧୁ ଧାରୁଆ, ଖରିଆର ବ୍ଲକ ସଭାପତି କାର୍ତ୍ତିକେଶ୍ୱର ମଲ୍ଲିକ, କୋମନା ବ୍ଲକ ସଭାପତି ବିଶେଶ୍ୱର ଧାରୁଆ, ସିନାପାଲି ବ୍ଲକ ସମ୍ପାଦକ ଦୁର୍ବଳ ମାଝୀ, ସଭାନେତ୍ରୀ ରମାକାନ୍ତି ମାଝୀ, ବୋଡେ଼ନ ବ୍ଲକ ସଭାପତି ମଝିଆ ମାଝୀ, ଗୋଣ୍ଡ ସମାଜ ସଦର ବ୍ଲକ ସଭାପତି ଲାଲସିଂ ମାଝୀ, ଖରିଆର ବ୍ଲକ ସଭାପତି କରୁଣା ଶଙ୍କର ମାଝୀ, ସିନାପାଲି ବ୍ଲକ ସମ୍ପାଦକ ପୁର୍ଣ ଚନ୍ଦ୍ର ମାଝୀ, ସଦର ବ୍ଲକ ପୂର୍ବତନ ଅଧକ୍ଷ ଭଗତରାମ ମାଝୀ, ଜି.ଏସ.ଏସ.ଟି ସଭାପତି ବଜରଙ୍ଗ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।


ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସାଧାରଣ ସମ୍ପାଦକ ବାଳ କୃଷ୍ଣ ଶବର ମଞ୍ଚ ପରିଚାଳନା କରିଥିଲେ। ସ୍ଥାନୀୟ ଏକତା ଛକ ସ୍ଥିତ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନଗର ପରିକ୍ରମା କରିଥିଲେ। ସଭାସ୍ଥଳରେ ଗାଁ ଗାଁରୁ ଆସିଥିବା ଆରିସା ପିଠା ଓ ଚୂଡ଼ାକୁ କୁରେପତ୍ରରେ ବଣ୍ଟନ କରି ସାମୁହିକ ଭାବେ ନୂଆଖାଇ ପାଳନ କରିଥିଲେ। ତେବେ ଏହି ନୂଆଖାଇ ଭେଟଘାଟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପରିବେଶିତ ନୃତ୍ୟଗୀତ ଓ ବାଦ୍ୟ ତାଳେ ତାଳେ କେନ୍ଦ୍ରମନ୍ତ୍ରୀ ଟୁଡୁ ମଧ୍ୟ ଝୁମି ଉଠିଥିଲେ। ସଙ୍ଘର ତେଜରାମ ଶବର, ଦେଓ ସିଂ ବିଶ୍ୱାଳ, ହରି ମାଝୀ, ତୀରଥ ମାଝୀ, ପବନ ମାଝୀ, ବିଜୟ ଶଙ୍କର ମାଝୀ, ପୂର୍ଣ୍ଣ ଚନ୍ଦ୍ର ମାଝୀ, ସରସ୍ବତୀ ଶବର, ଉମା ମାଝୀ, ନର୍ମଦା ମାଝୀ, ରେଣୁକା ମାଝୀ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.