ଅଜଣା ଗାଡି ଧକ୍କାରେ ଛାତ୍ର ଗୁରୁତର ଘଟଣା: ସହାୟତାର ହାତ ବଢାଇଲେ ଲାଞ୍ଜିଗଡ଼ର ଯୁବ ଗୋଷ୍ଠୀ

● ସହାୟତା ପାଇଁ ମା’ କରିଥିଲେ ନିବେଦନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ମାଳିଯୁବାଙ୍ଗ ଗାଁର ସ୍ବର୍ଗତ ବାୟା ମାଝୀଙ୍କ ପୁଅ ଅମିନ ମାଝୀ(୧୩) ୨୦୨୦ ନଭେମ୍ବର ମାସରେ ସ୍ଥାନୀୟ ବିଜେପୁର ପ୍ରଧାନୀ ପଡା ଛକରେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିଲା। ଅମନଙ୍କ ମା’ ଅତି ଗରିବ ହୋଇଥିବା ସତ୍ତ୍ଵେ ପୁଅର ଭାଙ୍ଗି ଯାଇଥିବା ହାତ ଅସ୍ତ୍ରୋପଚାର କରାଇଥିଲେ। ତେବେ ବର୍ତ୍ତମାନ ରଡ଼ ବାହାର କରିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। ତେଣୁ ପୁଅର ଉଚ୍ଚତ୍ତର ଚିକିତ୍ସା ପାଇଁ ସରକାରୀ/ବେସରକାରୀ ସ୍ତରରେ ସହାୟତା ପାଇଁ ସେ ନିବେଦନ କରିଥିଲେ।


ଏହି ଖବର ପାଇବାପରେ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ ଅମିନଙ୍କ ଘରକୁ ଯାଇ କିଛି ଅର୍ଥ ପ୍ରଦାନ କରିଥିଲେ। ଏହା ପରେ ଲାଞ୍ଜିଗଡ଼ ଆଦିବାସୀ ଯୁବ ଗୋଷ୍ଠୀ ପକ୍ଷରୁ ଶିକ୍ଷକ ଜଳନ୍ଧର ମାଝୀ, ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ରାଜେନ୍ଦ୍ର ମାଝୀ, ନିରାକାର ବାଗ ପ୍ରମୁଖ ବେଦାନ୍ତ ମେଡ଼ିକାଲ ଅଫିସର ଅକ୍ଷୟ ସାହୁ ଓ ମ୍ୟାନେଜର ଅମର ମହାନ୍ତିଙ୍କ ସହିତ ଆଲୋଚନା କରି ଆମ୍ବୁଲାନ୍ସ ନେଇ ମାଳିଯୁବାଙ୍ଗ ଗାଁକୁ ଯାଇ ଅମିନ ଓ ତାଙ୍କ ମା’ଙ୍କୁ ଲାଞ୍ଜିଗଡ଼ ବେଦାନ୍ତ ମେଡ଼ିକାଲକୁ ଆଣିଥିଲେ। ମେଡ଼ିକାଲରେ ତାଙ୍କର ଦୁଇ ଗୋଟି ଏକ୍ସରେ କରିବା ପରେ କହୁଣିରେ କିଛି ତୃଟି ରହିଥିବା ଯୋଗୁଁ ଆଜି ଅମିନଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯିବ ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିବ ବୋଲି ଯୁବଗୋଷ୍ଠୀ ପ୍ରକାଶ କରିଛନ୍ତି। ଲାଞ୍ଜିଗଡ଼ ଯୁବଗୋଷ୍ଠୀର ଏହି ମହତ କାର୍ଯ୍ୟ ଯୋଗୁଁ ଅଞ୍ଚଳବାସୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.