ଜଗତଜନନୀଙ୍କ ଧରାବତରଣ: ଆଜିଠୁ ନର୍ଲାରୋଡ ଦୁର୍ଗାପୂଜା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ବହୁପ୍ରସିଦ୍ଧ ଶାରଦୀୟ ଦୁର୍ଗାପୂଜା ଆଜିଠୁ ଆରମ୍ଭ ହୋଇଯାଇଛି । ଆଜି ମହାଳୟା ଅମାବାସ୍ୟା ତିଥିରେ ପ୍ରଥମ କରି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସମୟରେ ସର୍ଗୀଗୁଡା ସାନ୍ଦୁଲ ନଈରୁ ଜଳନେଇ କଳସ ଯାତ୍ରା ହୋଇଥିଲା । ଆଗରୁ ପ୍ରତିବର୍ଷ ସଂଧ୍ୟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହେଉଥିଲା । ତେବେ ଏବର୍ଷ ପୂର୍ବାହ୍ନ ସମୟରେ ଏହି କାର୍ଯ୍ୟକ୍ରମ ସଂପାଦିତ ହୋଇଛି । କଳସଯାତ୍ରାରେ ନର୍ଲାରୋଡ, ସର୍ଗୀଗୁଡା ରୁ ୫୦ ରୁ ଉଦ୍ଧ୍ୱର୍ ମହିଳା ଅଂଶ ଗ୍ରହଣ କରିଥିଲେ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନର୍ଲାରୋଡ ଶାରଦୀୟ ହୁର୍ଗାପୂଜା କୋଭିଡ କଟକଣା ମଧ୍ୟରେ ନଅଦିନ ଧରି ପାଳିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ପୂଜା ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu


ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଲଗ୍ନ ଓ ନୀତି ନିୟମ ଅନୁଯାୟୀ ସାନ୍ଦୁଲ ନଈ ପଠାରେ ପୂଜାପାଠ ହୋଇ କଳସ ପବିତ୍ରୀ କରଣ କରାଯାଇଥିଲା । ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ଜହରଲାଲ ବିଶ୍ୱାଳ ଦମ୍ପତି ଙ୍କ ଉପରେ ଦାଇତ୍ୱ ନ୍ୟସ୍ତ ରହିଥିବା ଜଣାପଡିଛି । ସେହିଭଳି ଗତ ତିନି ବର୍ଷ ଧରି ନର୍ଲାରୋଡରେ ପୂଜା କରି ଆସୁଥିବା ପୂଜକ ପଣ୍ଡିତ ଦଳ ଚଳିତ ବର୍ଷ ମଧ୍ୟ ନର୍ଲାରୋଡ ଦୁର୍ଗାପୂଜା ରେ ପୂଜନ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି । ସଂକୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ଏକ ବଡ ପଟୁଆରରେ ନର୍ଲାରୋଡ ଦୁର୍ଗା ମଣ୍ଡପ ଯାଏଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଣ୍ଡପରେ କଳସ ସ୍ଥାପନ ପରେ ମା ଦୁର୍ଗାଙ୍କର ଅଧିବାସ ଓ ବେଲବରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କଳସ ଯାତ୍ରା କାର୍ଯ୍ୟକ୍ରମରେ ପୂଜା ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନ ଓ ଉପସଭାପତି ବିମଲ କୁମାର କେଡିଆ, ସାଧାରଣ ସଂପାଦକ ରାଜା ପରିଡା, କୋଷାଧ୍ୟକ୍ଷ ବାବୁଲା ରାଉତ, ଅମର ରାଉତ, ବିନାୟକ ସିଂ, ରାଜିନ ସାହୁ କମିଟିର ବରିଷ୍ଠ ସଦସ୍ୟ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ମା ଙ୍କ ପୂଜନ ବିଧି ଅନୁଷ୍ଠିତ ହେବ । ଏଥିପାଇଁ ୪ ଫୁଟ ଉଚ୍ଚତା ସମ୍ପନ୍ନ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ନାଚ, ଗୀତ, ଅର୍କେଷ୍ଟ୍ରା ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡିକୁ ବାଦ ଦିଆ ଯାଇଛି । ନର୍ଲାରୋଡ ଦୁର୍ଗାପୂଜା ମଣ୍ଡପ ଭିତରେ ବ୍ୟାରିକେଟ କରାଯାଇଛି । ଭକ୍ତବୃନ୍ଦ ଦୁରରୁ ମାଙ୍କୁ ଦର୍ଶନ କରିପାରିବେ । ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ପୂଜା କରାଯିବ ବୋଲି ନର୍ଲାରୋଡ ଦୁର୍ଗାପୂଜା ପରିଚାଳନା କମିଟିର ସଭାପତି ଶ୍ରୀ ଜୈନ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.