ବିଶିଷ୍ଟ ସମାଜସେବୀ ଭଜ ବେମାଲଙ୍କ ପରଲୋକ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ଗତାବନ୍ଧ ଗ୍ରାମର ବିଶିଷ୍ଟ ସମାଜସେବୀ ଭଜ ବେମାଲଙ୍କ ପରଲୋକ ହୋଇଯାଇଛି। କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବାବେଳେ ବୁଧବାର ସକାଳୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଭୁବନେଶ୍ୱରରୁ ମୃତଦେହ ତାଙ୍କ ନିଜସ୍ୱ ଗ୍ରାମ ଗତାବନ୍ଧରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ସ୍ବର୍ଗତ ବେମାଲ ଏକାଧାରରେ ଜଣେ ସମାଜସେବୀ, ଶିକ୍ଷାବିତ, ସମାଜ ସଂସ୍କାରକ, ସଂଗଠକ, କଂଗ୍ରେସ ଦଳର ନିସ୍ଵାର୍ଥପର ଜନ ନାୟକ ଏବଂ ଓଡିଶା ସିଡୁଲକାଷ୍ଟ ଫେଡ଼ରେସନର ଉପଦେଷ୍ଟା ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦଳମତ ନିର୍ବିଶେଷରେ ତଥା ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.