ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି: ପଞ୍ଚମ ଦିନରେ ସାମିଲ ହେଲେ ବରିଷ୍ଠ ନାଗରିକ ମଞ୍ଚ

● ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

● ଆନ୍ଦୋଳନରୁ ଓହରିବାକୁ ତହସିଲଦାରଙ୍କ ଅନୁରୋଧ

● ଆନ୍ଦୋଳନକାରୀ କହିଲେ – ଦାବି ପୁରଣ ନହେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବିରେ ଗଣଧାରଣା
ଆଜି ପଂଚମ ଦିନରେ ପହଂଚିଛି । ଆଜି ଏହି ଆନ୍ଦୋଳନରେ ମ.ରାମପୁର ବ୍ଲକ ଉର୍ଲଦାନୀ ପଂଚାୟତ ବାସୀଙ୍କ ସହିତ ସାମିଲ ହେଇଥିଲେ ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବରିଷ୍ଠ ନାଗରିକ ମଂଚର ଉପସଭାପତି ବୁଧେନ୍ଦ୍ର ପ୍ରତାପ ସିଂହଦେଓ ଓ ସଂପାଦକ ଲଳିତ କୁମାର ମହାଲିକ ମଂଚ ତରଫରୁ ତହସିଲଦାର ଜୟନ୍ତ କୁମାର ମେହେରଙ୍କୁ ପ୍ରଦାନ କରିବା ସହିତ ଆନ୍ଦୋଳନର ଆଭିମୁଖ୍ୟ ଏବଂ ନାର୍ଯ୍ୟ ଦାବି ପୁରଣ ନ ହେବା ଯାଏଁ ଆମେ ବରିଷ୍ଠ ନାଗରିକମାନେ ମଧ୍ୟ ବୟସର ଅପରାହ୍ଣରେ ବି ଏହି ଗଣଧାରଣାରେ ସାମିଲ ହେଇଚୁ ଏବଂ ସାମିଲ ହୋଇରହିବୁ ବୋଲି କହିଥିଲେ । ତହସିଲଦାର ଶ୍ରୀ ମେହେର ଆନ୍ଦୋଳନକାରୀମାନଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ଅନୁରୋଧ କରିବା ସହିତ, ଆପଣମାନଙ୍କ ଦାବି ପ୍ରଶାସନ ପାଖରେ ପହଂଚିସାରିଛି, ତେଣୁ ଆପଣମାନେ ଆନ୍ଦୋଳନରୁ ଓହରିଯାନ୍ତୁ, ଆଗକୁ ଏହି ସଂକ୍ରାନ୍ତରେ ଯାହା ବି ଯୋଗାଯୋଗ ପ୍ରଶାସନ ତରଫରୁ ହେବ, ଆପଣମାନଙ୍କୁ ଏହାର ସମସ୍ତ ତଥ୍ୟ ପ୍ରଦାନ କରାଯିବ । କିନ୍ତୁ ଆନ୍ଦୋଳନକାରୀମାନେ ଏହି ଗଣଧାରଣା ଜାରି ରଖିବୁ ବୋଲି କହିବା ସହିତ ଗଣଧାରଣା ଜାରି ରଖିଥିବା ଜଣାଯାଇଛି । କେବଳ ବରିଷ୍ଠ ନାଗରିକ ନୁହେଁ ବରଂ ଆଗାମୀ ଦିନରେ ବିଭିନ୍ନ ଅନୁଷ୍ଠାନ ଏହି ଧାରଣାରେ ନିଜକୁ ସାମିଲ କରେଇବେ ଏବଂ ଧାରଣା ଦାବି ହାସଲ ଯାଏଁ ବଳବତ୍ତର ରହିବ ବୋଲି ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ମୁଖ୍ୟ ପୁରୋଧା ଯୁବନେତା ବିଭୂତି ଭୂଷଣ ମହାଖୁଡ଼ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଆଜି ଏହି ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର
ପଟ୍ଟନାୟକ, ଚମରା ବଗର୍ତ୍ତୀ, ଗଙ୍ଗାଧର ପ୍ରହରାଜ, ବିଶ୍ୱଜିତ ଚାଟାର୍ଜୀ, ଖଗେଶ୍ୱର ଦାସ, ସତ୍ୟାନନ୍ଦ ରାଉତ, ପ୍ରଭାକର ନାଗ, ସତ୍ୟଜିତ ଚାଟାର୍ଜୀ, ପଦ୍ମଲୋଚନ ମିଶ୍ର, ଅଭୟ କୁମାର ସେନାପତି, ସତ୍ୟା ମାଝୀ, କୈଳାସ ଚନ୍ଦ୍ର ମାଝୀ, ଶ୍ୟାମ ମାଝୀ, ରାଜୁ ମାଝୀ, ଦିବାକର ବାଗ, ଶ୍ରୀକୃଷ୍ଣ ଡ଼ୁଙ୍ଗୁରୀ, ବାବୁଲାଲ ସାହୁ ଏବଂ ସୁରେଶଚନ୍ଦ୍ର ମାଝୀ ପ୍ରମୁଖ ସାମିଲ ହେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.