ତାଲବନ୍ଦ ପଡାଠାରେ ଭୈରବ ଦେବଙ୍କ ଝାମୁଯାତ୍ରା

ଥୁଆମୂଲ ରାମପୁର, (ଦୂର୍ଗା କିର୍ତ୍ତୀ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ତାଲବନ୍ଦ ପଡାଠାରେ ଦୀପାବଳୀ ଅବସରରେ ଭୈରବ ଦେବଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଘଣ୍ଟା ସମୟରେ ବିଧିମତେ କାଠରେ ଅଗ୍ନିସଂଯୋଗ ହୋଇଥିଲା। ପରେ ସଂନ୍ଧ୍ୟା ୫. ୩୦ ମିନିଟରେ ବାବା ଅଗ୍ନି ଭୈରବ ଦେବ ସ୍ଥାନୀୟ ସ୍ବର୍ଗତ ୰ଧବଳେଶ୍ଵର ଦୁର୍ଗାଙ୍କ ପରିବାରର ଇଷ୍ଟଦେବୀ ମନ୍ଦିରକୁ ଯାଇ ସେଠାରେ ଗୁପ୍ତ ପୂଜା ସାରି ସେଠାରୁ ବାବା ଭୈରବ ଦେବଙ୍କ ପାଟ ଖଣ୍ଡା ଧରି ସହର ପରିକ୍ରମା କରିଥିଲେ। ପରେ କଣ୍ଟାଦୋଳିରେ ଝୁଳି ଅଗ୍ନି ଖଳାରେ ପୂଜକଙ୍କ ଦ୍ବାର ବିଧିମତେ ପୂଜାର୍ଚ୍ଚନା କରାଯାଇଥିଲା।

Omkar Vasthu
Omkar Vasthu


ଏହାପରେ ଭୈରବଦେବ ଅଗ୍ନିରେ ପଦଚାରଣ କରିଥିଲେ। ଏହି ଅବସରରେ ଭକ୍ତଙ୍କ ମନୋରଞ୍ଜନ ନିମନ୍ତେ ଏକ ନାଟକ ପରିବେଷଣ କାର୍ଯ୍ଯକ୍ରମ ଆୟୋଜନ ହୋଇଥିଲା। ଉକ୍ତ ପଡାବାସୀଙ୍କ ପ୍ରତ୍ୟେକ ଘରେ ଦୀପଜ୍ଯୋତି ସୁନ୍ଦର ଦେଖାଯିବା ସହ ଜନମାନସକୁ ଆର୍କଷଣ କରୁଥିବା ଦୃଶ୍ଯ ଦେଖିବାକୁ ମିଳିଥିଲା। ନବଜୀବନ ଯୁବ ଅନୁଷ୍ଠାନ ଓ ପୂଜାକମିଟିର ପୂର୍ଣ୍ଣ ସହଯୋଗରେ ଦୀପାବଳୀ ଓ ଭୈରବଦେବଙ୍କ ଝାମୁଯାତ୍ରା ଶାନ୍ତିଶୃଙ୍ଖଳା ଭାବରେ ସମାପନ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.