ଆନନ୍ଦ ଉଲ୍ଲାସର ସହ ସରିଲା ଦୀପାବଳି, ବିଦାୟ ନେଲେ ବଡବଡୁଆ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସନାତନ ସଂସ୍କୃତିର ଏକ ମହାନ ପର୍ବ ‘ଦୀପାବଳି’ କାର୍ତ୍ତିକ ଅମାବାସ୍ୟା ଦିନ କଳାହାଣ୍ଡିର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଗତକାଲି (ଗୁରୁବାର) ଦୀପାବଳି, ପୟାଶ୍ରାଦ୍ଧ, ଅର୍ଦ୍ଧୋରାତ୍ର କାଳୀପୂଜା, ଲକ୍ଷ୍ମୀ ପୂଜା ଆଦି ବିଧାନ ଗୃହ ମାନଙ୍କରେ ପାରମ୍ପରିକ ରୀତିନୀତି ଅନୁସାରେ ସଂପନ୍ନ ହୋଇଥିଲା। ଦୀପାବଳି ପିତୃ ଉପାସନାର ଏକ ମହାର୍ଘ୍ୟ ଅବସର ହୋଇଥିବାରୁ ଘରେ ଘରେ ପିତୃ ଉପାସନା ଏବଂ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

Omkar Vasthu
Omkar Vasthu


ସଂନ୍ଧ୍ୟାରେ ବଡବଡୁଆଙ୍କୁ ଆଲୋକ ଦେଖାଇ ବିଦାୟ ଦିଆଯାଇଥିଲା। ପିତୃପକ୍ଷ ସମୟରୁ ପରଲୋକଗତ ପିତୃପୁରୁଷ ନିଜ ନିଜର କାମନା ନେଇ ମର୍ତ୍ତ୍ୟଲୋକକୁ ଆସୁଥିବାର ବିଶ୍ବାସ ରହିଛି। ଏବଂ ସେମାନେ ନିଜ ନିଜର ପୁତ୍ର ପୈ।ତ୍ରଙ୍କ ଦ୍ବାରା ଆପ୍ୟାୟିତ ହେବାପରେ ଆନନ୍ଦ ମନରେ ଦୀପାବଳୀ ଦିନ ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

Pearl dental clinic
Near Ashish Medical Store, Bhawanipatna


ଏହିଦିନ କାଳୀପୂଜା ହୋଇଥିବାରୁ ସାଧକମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ହୋଇଥାଏ। ସିଦ୍ଧି ଲାଭ ଆଶାରେ ସାଧକମାନେ ନିଜସ୍ବ ପଦ୍ଧତିରେ ଅର୍ଦ୍ଧୋରାତ୍ର ମହାକାଳୀଙ୍କ ଉପାସନା କରିଥାନ୍ତି। ଏହାସହ ସାଧାରଣ ଗୃହସ୍ଥ ମଧ୍ୟ ଘରେ କାଳୀ ପୂଜା ଓ ମହାଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି। ଏହା ଛଡା ଆଲୋକର ପର୍ବକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ। ଛୋଟ ଛୋଟ ଶିଶୁ ଓ ଯୁବକ ଯୁବତୀମାନେ ବାଣ ଫୁଟାଇ ମଜା ନେଇଥିଲେ। ଏବର୍ଷ ସରକାର କେବଳ ସବୁଜ ବାଣ ପାଇଁ ଅନୁମତି ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.