ତରୁଣ ପ୍ରଜ୍ଞା ଭାରତୀ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩୨ଟି ବିଭାଗର ପ୍ରତିଯୋଗିତା

କୋରାପୁଟ/ଜୟପୁର, (ତ୍ରିନାଥ ପଟ୍ଟନାୟକ): ତରୁଣ ପ୍ରଜ୍ଞା ଭାରତୀ ଜୟପୁର ତରଫରୁ ସ୍ଥାନୀୟ ଦାଶ ସାହିସ୍ଥିତ ତରୁଣ ପ୍ରଜ୍ଞା ଭାରତୀ କାର୍ଯ୍ୟାଳୟ ଠାରେ ଚିତ୍ରାଙ୍କନ, ଗୀତା ଶ୍ଳୋକ ଆବୃତ୍ତି, ଗୀତା ପ୍ରବନ୍ଧ, ଦେଶାତ୍ମବୋଧକ କବିତା ଲିଖନ, ନାଗରୀସୁଧା ଏବଂ ତର୍କ ପ୍ରଭୁତି ବିଦ୍ୟାଳୟ , ମହାବିଦ୍ୟାଳୟ, ପ୍ରଶିକ୍ଷଣ ବିଦ୍ୟାଳୟ ଓ ଯାନ୍ତ୍ରିକ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।ଏହାବ୍ୟତୀତ ଅଫଲାଇନରେ ୧୭ ଟି ଏପରି ସର୍ବମୋଟ ୩୨ଟି ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ଏବଂ (ସର୍ବସାଧାରଣ) ପୁରୁଷ ଓ ମହିଳାମାନଙ୍କୁ ଚଳିତ ମାସ ୨୮ ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ। ଏଥି ସହିତ ଝୋଟି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଜୟପୁର ପୋୖରାଞ୍ଚଳର ପ୍ରାୟ ୭୦ ଜଣ ମହିଳାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲକରିଥିବା ପ୍ରାୟ ୭ଜଣ ଆଦର୍ଶ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ। ଆଜି ଅନୁଷ୍ଠିତ ହୋଇଥିବା ଗୀତାଶ୍ଳୋକ ଓ ତର୍କ ପ୍ରତିଯୋଗିତାରେ ବିଚାରକ ଭାବେ ଯଥାକ୍ରମେ ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ଦାଶ, ସୋନାଲି ପତି, ଡ. ସୁରେଶ ଦାଶ, ଡ. ଯୁଗଳ କିଶୋର ମିଶ୍ର, ଡ. ମନୋରଞ୍ଜନ ପ୍ରଧାନ, ନୃସିଂହ ପ୍ରାସାଦ ଷଡଙ୍ଗୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ. ଗଙ୍ଗାଧର ନନ୍ଦ, ଯଜ୍ଞେଶ୍ବର ପଣ୍ଡା, ମନୋରଞ୍ଜନ ପଣ୍ଡା, ରବିନ୍ଦ୍ର ମହାରଣା, ରଞ୍ଜିତ କୁମାର ପଟ୍ଟନାୟକ, ଦୀପ୍ତି ମାଝି ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.