ବେହେରାପାଟି ତ୍ରୀନାଥ ମେଳାର ବାର୍ଷିକୋତ୍ସବ

● ମନମୋହିଲା ସଂସ୍କାରଭାରତୀର ଭଜନ ସଂଧ୍ୟା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସର୍ଗୀଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବେହେରାପାଟି ଶ୍ରୀରାମ କମିଟି ଦ୍ୱାରା ପରିଚାଳିତ ତ୍ରୀନାଥ ମେଳାକୁ ୨୪ ବର୍ଷ ପୁରଣ ହେଲା । ଗତକାଲି (ରବିବାର) ତ୍ରୀନାଥ ମେଳାର ବାର୍ଷିକ ଉତ୍ସବ ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଶ୍ରୀରାମ ତ୍ରୀନାଥ ମେଳା କମିଟି । ସଭାପତି ଥବିର ଭୋଇ, ସାଧାରଣ ସଂପାଦକ ଭବାନୀ ନାଏକ, ସହ ସମ୍ପାଦକ ଖୁସିରାମ ପୋଢ, କୋଷାଧ୍ୟକ୍ଷ ଲୋଚନ ଗଉଡ, ବରିଷ୍ଠ ସଦସ୍ୟ ପ୍ରକାଶ ବଗର୍ତ୍ତି, ନିଧି ବାଗ, ମୁକ୍ତେଶ୍ୱର ମହାପାତ୍ର, ମୂଷିକ ମାହାର, ଯଦୁ ପଦାନ, ଶେଷଦେବ ନାଏକ ପ୍ରମୂଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରବିବାର ସକାଳେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳ ୮ ଘଂଟା ସମୟରେ ବେହେରାପାଟିର ବହୁ ପ୍ରସିଦ୍ଧ ଶ୍ରୀରାମ ମନ୍ଦିର ପରିସରରେ ଅବସ୍ଥିତ ତ୍ରୀନାଥ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା ।

Omkar Vasthu
Omkar Vasthu


ସକାଳୁ ପ୍ରଭୁଙ୍କୁ ସ୍ନାନମାର୍ଜନା କଲା ପରେ ବାଳଭୋଗ ଓ ମଙ୍ଗଳ ଆଳତୀ ଲାଗି ହୋଇଥିଲା । ସଂଧ୍ୟା ୬ ଘଂଟା ସମୟରେ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପୂଜାକର୍ତ୍ତା ଭାବରେ ନୀଳମଣି ଭୋଇ ଓ ତାଙ୍କ ସହଧର୍ମିଣୀ କାମିନୀ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ରହ୍ମା ପଣ୍ଡିତ ଭାବରେ ସର୍ଗିଗୁଡାର ଦୁଃଖିଶ୍ୟାମ ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ବେହେରାପାଟି ଗ୍ରାମର ଆବାଳ ବୃଦ୍ଧ ବନୀତା ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଇତ୍ୟବସରରେ ନର୍ଲା ସଂସ୍କାରଭାରତୀ ଓ ବେହେରାପାର୍ଟି ସଂସ୍କାରଭାରତୀ ତରଫରୁ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna


ବେହେରାପାର୍ଟି ସଂସ୍କାରଭାରତୀ ଶାଖାର ସଭାପତି ଗଣେଶ ବଗର୍ତ୍ତି, ସଂପାଦକ ହର ସା ମଞ୍ଚ ପୂଜନ କାର୍ଯ୍ୟ କରିଥିଲେ । ବିଶିଷ୍ଟ କଣ୍ଠ ଶିଳ୍ପୀ ମାଷ୍ଟର ଲକ୍ଷ୍ମଣ ବାଗ, ପ୍ରମୋଦ ପରିଡା, ପ୍ରଦୀପ କୁମାର ନାଏକ, ସରୋଜ ମାଝୀ, ସନ୍ତୋଷ ଦାସ, ଦେବଦର୍ଶିତା ଦାସ, ଶିବରାମ ସାହୁ, ସ୍ୱପ୍ନେଶ୍ୱର ଗଉଡ, ଯଶୋବନ୍ତ ଚନ୍ଦନ, ଭଜମନ ପଧାନ, ପ୍ରହ୍ଲାଦ ଭୋଇ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଶିକ୍ଷକ ଭାଗବତିଆ ମଧୁସୁଦନ ରାଉତ ମଞ୍ଚ ପରିଚାଳନା କରିଥିଲେ । ତୀର୍ଥ ବୁଦ୍ଧିଆ ଓ ପ୍ରଦୀପ କୁମାର ନାଏକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାତ୍ର ୯ ଘଂଟା ସମୟରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.