ମୁକ୍ତା ଯୋଜନାରେ ଅଧିକ ବିକାଶ କରିବ ରାୟଗଡା ପୈାରାଞ୍ଚଳ

ଦଶ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଗଲା -ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ପୈାରାଂଚଳର ଅଧିକ ଉନ୍ନତୀ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ମୁକ୍ତା ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବ ଦିଆଯାଇଥିବା ନେଇ ସ୍ଥାନୀୟ ସାର୍କିଟ ହାଉସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାକାଳପଡା ବିଧାୟକ ତଥା ରାୟଗଡା ଜିଲ୍ଳା ବିଜେଡି ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଏବଂ ବ୍ଳକରେ ଥିବା ଓସ୍ୱାନ୍ ଗୃହରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ରାୟଗଡା ପୈାରାଂଚଳ ଅଧିନସ୍ଥ ୨୪ଗୋଟି ୱାର୍ଡଗୁଡିକରେ ଗୋଷ୍ଠୀ କେନ୍ଦ୍ର, ଜିମ୍‌,ଡ୍ରେନ୍ ଏବଂ ପାଇପ ଯୋଗେ ପାନୀୟ ଜଳ ବ୍ୟବସ୍ଥା ଭଳି ଅନ୍ୟ କେତୋଟି ପ୍ରକଳ୍ପର ପ୍ରସ୍ତାବ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୫ଟି ସଚିବ ଭି.କାର୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ପ୍ରଦାନ କରାଯାଇଛି ।


ଏହି କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ସମେତ ବିଭିନ୍ନ ୱାର୍ଡର ପୂର୍ବତନ କାଉନସିଲର ଏବଂ ବୁଦ୍ଧିଜୀବିମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ୧୦କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଅନୁରୋଧ କରି ସମସ୍ତେ ଆଶାବାଦୀ ରହିଛନ୍ତି ବୋଲି ଶ୍ରୀ ନାଏକ ପ୍ରକାଶ କରିଥିଲେ । ସମସ୍ତଙ୍କ ଅନୁରୋଧକୁ ରକ୍ଷା କରି ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମଂଜୁରୀ ଦେବେ ବୋଲି ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ଆଶ୍ୱସନା ଦେଇଥିବା ଶ୍ରୀ ନାଏକ ପ୍ରକାଶ କରିଥିଲେ ।


ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥି ପୂର୍ବରୁ ପୁରାତନ ରାୟଗଡା ପୈାରାଂଚଳରେ ୯କୋଟି ଟଙ୍କା ବ୍ୟୟରେ କ୍ରୀଡାର ଉନ୍ନତୀ କ୍ଷେତ୍ରରେ ଏକ ବହୁମୁଖୀ ଷ୍ଟାଡିୟମ୍‌, ବିଶୁଦ୍ଧ ମେଗା ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ କରିଥିବା ବେଳେ ବର୍ତମାନ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ସେ ପ୍ରକାଶ କରିଥିଲେ । ତେବେ ଗଣମାଧ୍ୟମ ପ୍ରତିନିଧିମାନେ ପୈାରାଚଂଳରେ ଷ୍ଟାଡିୟମ୍ ନିମନ୍ତେ ସ୍ଥାନ ନିରୁପୂଣ ସଂପର୍କରେ ପଚାରିବାରୁ ସ୍ଥାନ ନିରୁପଣକୁ ନେଇ ଉପଜୁଥିବା ସମସ୍ୟାକୁ ପ୍ରଶାସନ ଅନୁଧ୍ୟାନ କରୁଛନ୍ତି ବୋଲି ଶ୍ରୀ ନାଏକ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ବିଜେଡି ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାଶ,ରାୟଗଡା ବିଜେଡି ନଗର କମିଟି ସଭାପତି ସତ୍ୟସୁନ୍ଦର ପାଢୀ, ଅଶୋକ କୁମାର ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.